• Mon. Jun 1st, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜନଜାତୀୟ ଗରିମା ଉତ୍ସବ ୨୦୨୬ ଅନୁଷ୍ଠିତ

Bymamatanews

May 18, 2026
Spread the love

ଜନଜାତୀୟ ଗରିମା ଉତ୍ସବ ୨୦୨୬ ଅନ୍ତର୍ଗତ ଜନ ଭାଗୀଦାରୀ ଅଭିଯାନର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ପାଳଲହଡା ଠାରେ ଜିଲ୍ଲାପାଳ, ଅନୁଗୋଳ ଶ୍ରୀ ଅବଦଲ ମହମ୍ମଦ ଅଖତାର, ଭା.ପ୍ର.ସେ. ଜିଲ୍ଲାପାଳ ଓ ଦଣ୍ଡାଧିକାରୀ ଅନୁଗୋଳ ଙ୍କ ଦ୍ବାରା ତା : ୧୮.୦୫.୨୦୨୬ ରିଖରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲାର ୯୨ ଗୋଟି ଅନୁସୂଚିତ ଜନଜାତି ଅଧ୍ଯୁଷିତ DA-JGUA ତଥା PM JANMAN ଗ୍ରାମରେ ଜାରି ରହିବ ।

ଜନଜାତି ସଂପ୍ରଦାୟର ସଶକ୍ତିକରଣ, ଜନଜାତି ଐତିହ୍ୟର ସମୃଦ୍ଧି ତଥା ଜନଜାତି ଅଧିକାର ସୁନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

ଏହି କାର୍ଯ୍ୟକ୍ରମ ମାଧ୍ଯମରେ ତୃଣମୂଳ ସ୍ତରରେ ସମୁଦାୟିକ ଅଂଶଗ୍ରହଣ ସମ୍ବନ୍ଧରେ ବ୍ୟାପକ ପ୍ରଚାର ପ୍ରସାର କରାଯିବ । ଏହି ସମୟରେ ସମ୍ପୃକ୍ତ ଗ୍ରାମ ଗୁଡିକରେ ଲୋକ ମାନଙ୍କର ସମସ୍ୟା ଶୁଣିବା ଏବଂ ସେଗୁଡିକର ସମାଧାନ କରିବା ଉପରେ ଗୁରୁତ୍ବ ଦିଆଯିବ । ଲୋକ ମାନଙ୍କ ସକାଶେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ସମ୍ବନ୍ଧରେ ସଚେତନ କରାଯାଇ ଜନଜାତି ସଂପ୍ରଦାୟକୁ ସଶକ୍ତ କରାଯିବ । ଏହି ଅଭିଯାନ ମାଧ୍ଯମରେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ସରକାରୀ ଯୋଜନା ଏବଂ ଲାଭର ସୁବିଧା, ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବାର ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯିବ।

ଜିଲ୍ଲାପାଳ ମହୋଦୟ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା ସ‌ହିତ ସମସ୍ତ ବିଭାଗ ଗୁଡିକ ସମନ୍ବୟ ରକ୍ଷା କରି ଏହା କୁ ସଫଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ବାରା ଏହି କାର୍ଯ୍ୟକ୍ରମ କୁ ସଞ୍ଚାଳନ କରଯାଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!