ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ତ ଗ୍ରାମ ଅଞ୍ଚଳର ଜଣେ ନାବାଳିକା ନିଖୋଜ ନେଇ ଥାନାରେ ମାମଲା ରୁଜୁ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ନାବାଳିକା ଜଣଙ୍କ ଚଳିତ ମାସ ୧୬ ତାରିଖ ସନ୍ଧ୍ୟା ସମୟରେ ନାବାଳିକା ଝିଅ ଜଣଙ୍କ ପରିବାର ଲୋକଙ୍କୁ କିଛି ନଜଣାଇ ଘର ବାହାରକୁ ଆସିଥିଲା। ପରିବାର ଲୋକେ ଦିର୍ଘ ସମୟ ଧରି ଘରେ ଥିବାବେଳେ ଝିଅ ଘରକୁ ନଫେରିବାରୁ ବାହାରେ ଖୋଜାଖୋଜି କରିବା ସହ ସାହି ପଡ଼ିଶା ରେ ଖୋଜାଖୋଜି କରିଥିଲେ କିନ୍ତୁ କୌଣସି ସନ୍ଧାନ ମିଳିନଥିଲା। ତେବେ ପରବର୍ତ୍ତୀ ସମୟରେ ସମସ୍ତ ବନ୍ଧୁବାନ୍ଧବ ଙ୍କ ଘର ଖୋଜାଖୋଜି କରି ମଧ୍ୟ ସନ୍ଧାନ ନ ମିଳିବାରୁ ଶେଷରେ ନିରୁପାୟ ହୋଇ ବଅଁରପାଳ ଥାନାରେ ଝିଅ ନିଖୋଜ ନେଇ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
