• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଟଙ୍କା ଠକେଇ ହୋଇଥିବା ନେଇ ଥାନାରେ ଅଭିଯୋଗ

Bymamatanews

Jun 18, 2025
Spread the love

ପୋଲିସ୍ ପକ୍ଷରୁ ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ସଚେତନ ହେଉ ନାହାନ୍ତି। ଅନଲାଇନ୍ ଠକେଇ ଏବେ ନୀତି ଦିନିଆ ଘଟଣା ପାଲଟି ଯାଇଛି। ଯେତେ ସଚେତନ କଲେ ମଧ୍ୟ ଲୋଭରେ ପଡ଼ି ଠକେଇର ଶିକାର ହେଉଛନ୍ତି। ଏମିତି ଆଜି ଜଣେ ଠକେଇର ଶିକାର ହୋଇଥିବା ନେଇ ବଅଁରପାଳ ଥାନାରେ ଅଭିଯୋଗ କରିଛନ୍ତି।ଅନୁଗୋଳ ଜିଲ୍ଲା ବଅଁରପାଳ ଅଞ୍ଚଳରେ ରହୁଥିବା ଯାମିନି ଭୂଷଣ ଦାସ ନମକ ଜଣେ ବ୍ୟକ୍ତି ଟଙ୍କା ଠକେଇର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଯାମିନି ଭୂଷଣ ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି। ନିଜର ଘର ତିଆରି କରିବା ପାଇଁ ଟଙ୍କା ଦରକାର ଅଛି ଏକ ନମ୍ବର ରୁ ଫୋନ୍ ଆସିଥିଲା। ହେଲେ ନିଜ ଏକାଉଣ୍ଟ୍ ରେ ଟଙ୍କା ନଥିଲା ପରବର୍ତ୍ତୀ ସମୟରେ ଦରମା ଟଙ୍କା ଆସିଲା ପରେ ସେଥିରୁ ଟଙ୍କା କଟି ଯାଇଥିଲା। ଗତ ୫/୬/୨୫ ତାରିଖ ଦିନ ଫୋନ କରି ଯାମିନୀଙ୍କୁ କହିଲେ କି ଏଟିଏମ ମେସିନରେ ବାଲାନ୍ସ ଚେକ୍ କରି ସ୍ଲିପ୍ ପଠେଇବ। ଅଭିଯୋଗକାରୀ ଜାମିନଙ୍କ ସୂଚନା ମୁତାବକ ଏଟିଏମ କାର୍ଡରେ ଟଙ୍କା ଚେକ କରି ଶ୍ଳିପ ପଠେଇ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଦରମା ଟଙ୍କାରୁ ୩୩,୯୪୪ ଟଙ୍କା କଟି ଯାଇଥିଲା। ତେଣୁ ସେ ସାଇବର ଠକେଇର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *