ଜିଲ୍ଲା ସ୍ତରୀୟ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମିଳନୀ ସହ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ ହୋଇଛି ।ଏହି କାର୍ଯ୍ୟକ୍ରମକୁ ଅନୁଗୋଳ ଜିଲ୍ଲାପାଳ ଅବଦାଲ୍ ମହମ୍ମଦ ଅଖତର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ପ୍ରଥମେ ଜିଲ୍ଲାପାଳ ଏବଂ ଅନ୍ୟ ଅତିଥିଗଣ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ବୁଲି ଦେଖିଥିଲେ । ପରେ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମିଳନୀରେ ପହଞ୍ଚି ଅତିଥିଗଣ ନିଜର ବିଚାର ମତବ୍ୟକ୍ତ କରିଥିଲେ ।ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଗୁରୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାବେଳେ ବିଦ୍ୟାଳୟର ମୁଖିଆ ହିସାବରେ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଭୂମିକା ବେଶ ମହତ୍ତ୍ୱପୂର୍ଣ ବୋଲି ମତବ୍ୟକ୍ତ କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶିବାନନ୍ଦ ମହାନ୍ତି ।ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ଶିକ୍ଷାର ସ୍ତରକୁ ବଢାଇବା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ନିଜ ନିଜର କର୍ତ୍ତବ୍ୟ ସଚୋଟତାର ସହ କରିବାର ଅଵଶ୍ୟକତା ଥିବା କହିଥିଲେ ।ଜିଲ୍ଲା ଶିକ୍ଷାଧିକାରିଣୀ ଚଳିତ ବର୍ଷ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଡାଉଟ କ୍ଲିଅର ପାଇଁ ଜାନୁୟାରୀ ମାସରୁ କୋଚିଂ କ୍ୟାମ୍ପ ଆୟୋଜନ ନେଇ ସୂଚନା ଦେବା ସହ ଶିକ୍ଷାକ୍ଷେତ୍ରରେ ସରକାରଙ୍କ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମିଳନୀରେ ଆଲୋଚନା ହୋଇଥିଲା ।
