• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଗଞ୍ଜେଇ ଗଛକୁ ସୁରକ୍ଷା ଦେଉଛି ଜଗତସିଂହପୁର ପୌର ପରିଷଦ

Bymamatanews

Dec 18, 2024
Spread the love

ଜଗତସିଂହପୁର ପୌର ପରିଷଦ ପକ୍ଷରୁ ସହରାଞ୍ଚଳ ସୌନ୍ଦର୍ଯ୍ୟ କରଣ ନିମନ୍ତେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବିନିଯୋଗ ରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା ତାର ପରବର୍ତ୍ତୀ ସମୟରେ ପ୍ରତ୍ୟେକ ବୃକ୍ଷ ର ରକ୍ଷଣା ବେକ୍ଷଣା ଅଭାବରୁ ବୃକ୍ଷଗୁଡିକ ମରି ଯିବା ଦ୍ୱାରା ବିଭିନ୍ନ ସ୍ଥାନରେ ଖାଲି ଗୋରଡ଼ି ଅଛି ହେଲେ ବୃକ୍ଷ ନାହିଁ। କିନ୍ତୁ ଦୁଃଖ ଓ ପରୀତାପର ବିଷୟ ପଞ୍ଚାବାନ ନମ୍ବର ଜାତୀୟ ରାଜପଥ ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରେ ୬ ଫୁଟ ଉଚତାର ଏକ ଗଞ୍ଜେଇ ଗଛ ଦେଖିବାକୁ ମିଳିଥିଲା। ଏହି ଗଞ୍ଜେଇ ଗଛ କୁ ଗୋରଡ଼ି ମାଧ୍ୟମ ରେ ସୁରକ୍ଷା ଯୋଗାଇବା ସହିତ ଗଛ ମୂଳରେ ପର୍ଯ୍ୟାପ୍ତ ପାଣି ଦିଆଯାଉଥିବା ଦେଖିବାକୁ ମିଳିଛି। ଦୈନଦିନ ହଜାର ହଜାର ଜନସାଧାରଣ ଯାତାୟାତ କରିବା ସହିତ ଜଗତସିଂହପୁର ପୌର ପରିଷଦ କର୍ମଚାରୀ ରାସ୍ତା ର ଉଭୟ ପାର୍ଶ୍ଵ ସଫା ସୁତୁରା କରୁଥିବା ବେଳେ ଏତେ ବଡ଼ ଗଞ୍ଜେଇ ଗଛ କୁ ପ୍ରକୁତରେ କିଏ ସୁରକ୍ଷା ଯୋଗାଉଥିଲା ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜ଼ିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହରର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *