• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜାତୀୟ ମାନବାଧିକାର କମିଶନରଙ୍କ ଅନୁଗୋଳ ଜିଲ୍ଲା ଗସ୍ତ

Bymamatanews

Mar 19, 2026
Spread the love

ଅନୁଗୋଳ (୧୯/୦୩/୨୦୨୬) : ଜାତୀୟ ମାନବାଧିକାର କମିଶନର ସ୍ପେସିଆଲ ମନିଟର ଶ୍ରୀ ଆର୍ ହେମନ୍ତ କୁମାର ଆଜି ଏକ ଦିନିକିଆ ଅନୁଗୋଳ ଗସ୍ତରେ ଆସି ସାତକୋଶିଆ ଅଭୟାରଣ୍ୟ ଅଧୀନସ୍ଥ ୩ ଗୋଟି ଗ୍ରାମରେ ଜଙ୍ଗଲ ଅଧିକାର ଆଇନ ସମ୍ବନ୍ଧୀୟ କାର୍ଯ୍ୟର ସମୀକ୍ଷା କରିଥିଲେ। ସାତକୋଶିଆ ଅଞ୍ଚଳର ବଲଙ୍ଗ ଗ୍ରାମ ପଞ୍ଚାୟତର ପମ୍ପାସର, ଜୁକୁବ ତଥା ଲବଙ୍ଗୀ ଗ୍ରାମରେ ଜଙ୍ଗଲ ଅଧିକାର ମାଧ୍ୟମରେ ସ୍ୱୀକୃତି ଅଧିକାର ଏବଂ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଗ୍ରାମବାସୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏନେଇ ଜନସାଧାରଣଙ୍କ ମତାମତ ମଧ୍ୟ ଲୋଡ଼ିଥିଲେ। ଗସ୍ତ ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ମିଶ୍ର ଏବଂ ଜଙ୍ଗଲ ବିଭାଗର ବିଭିନ୍ନ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *