୮ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ସହ ଗୋଟେ ଆକ୍ଟିଭା ସ୍କୁଟର୍ ଜବତ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ର ନାଲକୋ ଆଲୁମିନିୟମ ପାର୍କ ଅଞ୍ଚଳରୁ ଦୁଇ ବ୍ରାଉନ ସୁଗାର ବେପାରୀ କାବୁ କରିବାରେ ସଫଳତା ପାଇଚି ବଅଁରପାଳ ପୋଲିସ। ସୂଚନା ମୁତାବକ ଆଜି ଅପରାହ୍ନ ୧୨ ଘଟିକା ସମୟରେ ବଅଁରପାଳ ପୋଲିସ ଗାଢରଖାଇ ସ୍ଥିତ ନାଲକୋ ଆଲୁମିନିୟମ ପାର୍କ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲେ କି ଦୁଇ ବ୍ରାଉନ ସୁଗାର ବେପାରି ଗ୍ରାହକ କୁ ଅପେକ୍ଷା କରିଛନ୍ତି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକ ଧରିଥିଲା । ଦୁଇ ଯୁବକ ହେଲେ କାଙ୍ଗୁଲା ଗ୍ରାମର ଲୀପନ ସାହୁ ଓ ତନ୍ମୟ ସେଠୀ। ବଅଁରପାଳ ପୋଲିସ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କଠାରୁ ୮ ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ କରିବା ସହ ବ୍ୟବହୃତ ଏକ ଆକ୍ଟିଭା ସ୍କୁଟର୍ ଜବତ କରିଛି।
