• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବନବିଭାଗ ପକ୍ଷରୁ ଚଢାଉ ପ୍ରାୟ ବାରଲକ୍ଷ ଟଙ୍କାର ମାଙ୍ଗାନିଜ ସହ ଗାଡ଼ି ଜବତ୍ ଦୁଇ ଗିରଫ।

Bymamatanews

Jan 21, 2026
Spread the love

ବେଆଇନ ମାଙ୍ଗାନିଜ୍ ଲମ୍ପ କ୍ରସର ପ୍ଲାଣ୍ଟ ସିଲ କରିବା ସହ ୨ ଜଣ ହୋଇଛନ୍ତି ଗିରଫ।

 କେଉଁଝରର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ)ଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଥିବା ବଡ଼ବିଲର ରେଞ୍ଜ ଅଫିସର ସଂଜୀବ ରାଉତ ଙ୍କ ନେତୃତ୍ୱରେ ଏକ ଦଳ ବେଆଇନ ଖଣି କାର୍ଯ୍ୟକଳାପ ବିରୋଧରେ ଏକ ବଡ଼ ଅଭିଯାନ ଚଳାଇଛି।

ଏହି ଅଭିଯାନ ସମୟରେ, ଗୁଆଲି ସେକ୍ସନର ଭଦ୍ରାସାହି ବିଟ୍ ଅନ୍ତର୍ଗତ କାସିଆ  ଗ୍ରାମରେ OD 22 W 0647 ବିଶିଷ୍ଟ ଏକ ପିକ୍-ଅପ୍ ଭ୍ୟାନ ଜବତ କରିବା ସହିତ  ଗୋଟିଏ ବେଆଇନ ମାଙ୍ଗାନିଜ୍ ଲମ୍ପ କ୍ରସର ପ୍ଲାଣ୍ଟକୁ ସିଲ୍ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବଡ଼ବିଲ ବନ ବିଭାଗ ଅଧିକାରୀ ସଞ୍ଜୀବ ରାଉତ୍। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି: ୧) ମହମ୍ମଦ ରଫିକ୍, ପୁଅ ମହମ୍ମଦ ସୁଲେମାନ, ବୟସ ୪୮ ବର୍ଷ, ରୋଇଡା ଅଞ୍ଚଳର ବାସିନ୍ଦା ଏବଂ  ୨) ନିର୍ମଳ ନାଏକ, ପୁଅ ନନ୍ଦକିଶୋର ନାଏକ, ବୟସ ୪୭ ବର୍ଷ, ଯୋଡା ବାସିନ୍ଦା ବୋଲି ଜଣାପଡିଛି  । ଏହି ଚଢ଼ାଉ ସମୟରେ ପ୍ରାୟ ୧୦୦ ଟନ୍ ର ମାଙ୍ଗାନିଜ୍ ଜବତ କରାଯାଇଥିବା ନେଇ ସୂଚନା, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ₹୧୨ ଲକ୍ଷ, ଟଙ୍କା ହେବ ।ବନବିଭାଗ  ଦଳ ଦୀର୍ଘ ସମୟ ଧରି ବେଆଇନ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା, ଯାହା ଫଳରେ ଏହି ସଫଳତା ମିଳିଛି କହିଛନ୍ତି ବଡ଼ବିଲ ରେଞ୍ଜର ସଂଜୀବ କୁମାର ରାଉତ । ଏହି ଚୋରା କାରବାର ରେ ଆଉ କିଏ କିଏ ସାମିଲ ଅଛନ୍ତି କି ନାହିଁ ସେ ବିସୟରେ ଅଧିକ ତଦନ୍ତ ଚାଲିଛି, ଏବଂ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ ବୁକ୍ କରାଯିବ ବୋଲି କେନ୍ଦୁଝର ଡି ଏଫ ଓ ସୂଚନା ଦେଇଛନ୍ତି  । ପୋଲିସ ବିଭାଗ ଏବଂ ଖଣି ବିଭାଗକୁ ଏନେଇ ସୂଚନା ଦିଆଯାଇଛି। ଏହି ସମ୍ପର୍କରେ, ବଡ଼ବିଲ ରେଞ୍ଜରେ OR ମାମଲା ନଂ 12 BL 2025-26 ରୁଜୁ କରାଯାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *