• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଦୁଃଖିଶ୍ୟାମ ଦାସ ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Bymamatanews

Oct 21, 2024
Spread the love
Subscribe, comment

ଜଗତସିଂହପୁର ଜ଼ିଲ୍ଲା ନାଉଗାଁ ବ୍ଲକ ସ୍ଥିତ ଘୋଡାନ୍ସ ବାସୁଦେବ ସରକାରୀ ହାଇ ସ୍କୁଲ ପରିସରରେ ଦୁଃଖିଶ୍ୟାମ ଦାସ ଫାଉଣ୍ଡେସନ ତରଫରୁ ବରିଷ୍ଟ ନାଗରିକ ମାନଙ୍କ ନିମନ୍ତେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି | ଦୁଃଖିଶ୍ୟାମ ଫାଉଣ୍ଡେସନ ସଭାପତି ଦୁଃଖିଶ୍ୟାମ ଦାସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ବରିଷ୍ଟ ସମାଜସେବୀ ନଟବର ବାରିକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର କୁ ଆନୁଷ୍ଟିନିକ ଭାବେ ଉଦଘାଟନ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ଘୋଡାନ୍ସ ସରପଞ୍ଚ ନିହାର ରଞ୍ଜନ ବସ୍ତିଆ | ସମିତି ସଭ୍ୟ ତରୁଣକାନ୍ତ ବାରିକ | ଓଡିଶା ଉଚ୍ଚ ନ୍ୟାୟାଳୟ ର ଡେପୁଟି ରେଜିଷ୍ଟର ରବୀନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ |ଶେଷରେ ବଗୁଲା ରାୟ ଧନ୍ୟବାଦ ଅର୍ପଣ କରିଥିଲେ | କେୟାର ହସ୍ପିଟାଲ ର ଅଭିଜ୍ଞ ଡକ୍ଟର ଙ୍କ ଦ୍ୱାରା ବରିଷ୍ଟ ନାଗରିକ ମାନଙ୍କ ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ବଣ୍ଟନ, ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *