• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ତିନି ଦଫା ଦାବି ନେଇ ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ବୈଠକ

Bymamatanews

Oct 21, 2024
Spread the love

ଅନୁଗୋଳ ପୌରପାଳିକା ଅଧୀନ ଟାଉନ ହଲ ଠାରେ ତିନି ଦଫା ଦାବି ନେଇ ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ଯେ ଯେଉଁ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କୁ ଛଟେଇ କରା ଯାଇଛି, ସେମାନଙ୍କୁ ପୁନଃ ନିଯୁକ୍ତି ଦେବା ଏବଂ ଯେଉଁ ପର୍ଯ୍ୟନ୍ତ ସେମାନଙ୍କ ଚାକିରୀକୁ ରେଗୁଲାର କରା ନ ଯାଇଛି ସେ ପର୍ଯ୍ୟନ୍ତ ଜବ୍ ସିକୁରିଟି ଦେବା ପାଇଁ ଦାବି କରାଯାଇଛି । ଯଦି ଏହି ଦାବି ଗୁଡ଼ିକ ଚଳିତ ମାସ ଶେଷ ସୁଦ୍ଧା ପୁରଣ ନ କରାଯାଏ ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭୁବନେଶ୍ବର ପିଏମ ଛକ ଠାରେ ପରିବାର କୁ ନେଇ ଧାରଣ ଦେବାକୁ କହିଛନ୍ତି । ଏହି ବୈଠକରେ ରାଜ୍ୟ ମହାସଂଘ ର ସଭାପତି ସଞ୍ଜୟ ପଟ୍ଟନାୟକ , ତାପସ ମିଶ୍ର, ସନ୍ତୋଷ ସିଂ, ଅନୁଗୋଳ ଜିଲ୍ଲା ଆଉଟ ସୋର୍ଶୀଙ୍ଗ ସଂଘର ସଭାପତି ଯୁଗନମୟୀ ଦାସ, ସାଧାରଣ ସମ୍ପାଦକ ସଞ୍ଜୟ କୁମାର ସାହୁ, ଅଖିଳ କୁମାର ସାହୁ, ସ୍ୟୌମ୍ୟ ପ୍ରକାଶ ଷଡ଼ଙ୍ଗୀ ଙ୍କ ସମେତ ଜିଲ୍ଲାର ସମସ୍ତ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *