• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ଜିଲାପାଳଙ୍କ ନିକଟରେ ଅଭିଯୋଗ ଆଣିଲେ ୬୯ ବର୍ଷୀୟ ବୃଦ୍ଧ

Bymamatanews

Mar 24, 2025
Spread the love

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୁଶକିଳା ଗ୍ରାମର ଠେଙ୍ଗୁ ନାଏକ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଠେଙ୍ଗୁ ନାଏକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡା ଥାନା କୁଶକିଳା ଗ୍ରାମରେ ରହୁଥିବା ବେଳେ ବର୍ତ୍ତମାନ ତାଙ୍କର ବୟସ ୬୯ ହେବ । ବହୁତ ଦୁଃଖ କଷ୍ଟରେ ଚଳୁଥିଲେ ମଧ୍ଯ ଆଜି ଯାଏଁ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳି ନାହିଁ। ବିଡ଼ିଓଙ୍କ ଠାରୁ ଆରମ୍ଭ କରି ପ୍ରସାଶନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। କିନ୍ତୁ କେହି ତାଙ୍କ କଥା ଶୁଣୁ ନାହାଁନ୍ତି। ଯାହା ଫଳରେ ସେ ବାରମ୍ବାର ଭତ୍ତା ପାଇଁ ଦୌଡ଼ି ନୟାନ୍ତ ହୋଇ ସାରିଛନ୍ତି। ଭତ୍ତା ପାଇବା ପାଇଁ ସେ ପୁଣି ଆଜି ଜିଲ୍ଲାପାଳ ଅବ୍ଦୁଲ ଏମ ଅଖତର ନିକଟରେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *