• Thu. Apr 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ତିନି ମୃତ ଦୁଇ ଗୁରୁତ୍ତର

ମୃତ୍ୟୁ ଏମିତି ବି ଆସେ ଜାହା ସାଧାରଣ ମଣିଷଙ୍କ କଳ୍ପନା ବାହାରେ ।
ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ରାଜାମୁଣ୍ଡା ପାଣିକୋଇଲି ୫୨୦ ନମ୍ବର ଜାତୀୟ ରାଜପଥ କେ ବଲାଙ୍ଗ ଥାନା ଅନ୍ତର୍ଗତ ଜାମୁଡ଼ିହି ଟୋଲପ୍ଳାଜା ନିକଟରେ ଥିବା ଏକ ଚା ଦୋକାନରେ ଘଟିଯାଇଛି ଏକ ଆକସ୍ମିକ ମର୍ମନ୍ତୁଦ ଦୁର୍ଘଟଣା । ଏକ ଲୁହାପଥର ବୋଝେଇ ଟ୍ରକ ଚା ଦୋକାନରେ ହଠାତ୍ ପଶି ଯିବା ଦ୍ଵାରା ତିନିଜଣ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି।

ପୋଲିଶ ସୂତ୍ରରୁ ପ୍ରକାଶ ଯେ କୋଇଡା ଖଣି ଅଞ୍ଚଳରୁ ଓଡ଼ି -୦୯ପି-୯୯୨୨ ଟ୍ରକଟିରେ ଲୁହାପଥର ବୋଝେଇ ହୋଇ ଲହୁଣୀପଡା ପଟେ ଦ୍ରୁତ ଗତିରେ ଆସୁଥିବା ବେଳେ ଜାମୁଡ଼ିହି ଟୋଲପ୍ଳାଜା ନିକଟରେ ଥିବା ଏକ ଚା ଦୋକାନରେ ସଂଧ୍ୟା ପ୍ରାୟ ୭ ଘଟିକା ସମୟରେ ଭାରସାମ୍ୟ ହରାଇ ହଠାତ୍ ପଶିଯାଇ ଓଲଟି ପଡିଥିଲା। ଫଳରେ ଉକ୍ତ ଚା ଦୋକାନଟି ଭାଙ୍ଗି ନଷ୍ଟ ହେବା ସହିତ ଟ୍ରକ ତଳେ ଚାପି ହୋଇ ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ।ଆହତ ମାନଙ୍କୁ ଚିକିତ୍ସା ପାଇଁ ଲହୁଣୀପଡା ଡାକ୍ତରଖାନାକୁ ଅଣା ଯାଇଥିଲେ ମଧ୍ୟ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସେମାନଙ୍କୁ ରାଉରକେଲା ସ୍ଥାନାନ୍ତରିତ କରିଥିବା ଜଣାପଡିଛି। କେ ବଲାଙ୍ଗ ପୋଲିଶ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିବା ସହିତ ଟ୍ରକ ତଳେ ଚାପିହୋଇ ମୃତ୍ୟୁ ବରଣ କରିଥିବା ମୃତଦେହକୁ ଉଦ୍ଧାର କରିବା ପାଇଁ କ୍ରେନ ଯୋଗେ ଟ୍ରକକୁ ଉଠାଇବା ଉଦ୍ୟମ ଜାରି ରଖିଛି । ମୃତ ତିନିଜଣଙ୍କ ମଧ୍ୟରୁ ଜଣେ ମହିଳା ଥିବା ଜଣାପଡ଼ିଥିଲେ ସୁଦ୍ଧା ମୃତକ ମାନଙ୍କ ପରିଚୟ ମିଳି ନ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *