• Fri. Oct 31st, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରାଜ୍ୟସ୍ତରୀୟ ବିଶ୍ଵ ଖାଉଟି ଅଧିକାର ଦିବସ _୨୦୨୫ ପାଳନ

Bymamatanews

Mar 25, 2025
Spread the love

ଖାଉଟିମାନେ ସଚେତନ ହୋଇପାରିଲେ ଠକେଇର ଶିକାର ହେବା ସମ୍ଭାବନାକୁ ଦୂରେଇ ଦିଆଯାଇପାରିବ। ସଚେତନ ଖାଉଟି ସଶକ୍ତ ସମାଜ ଗଠନରେ ସହାୟକ ହୋଇପାରିବେ ବୋଲି ବିଶ୍ୱ ଉପଭୋକ୍ତା ଅଧିକାର ଦିବସ କାର୍ଯ୍ୟକ୍ରମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି।


‘ନିରନ୍ତର ଜୀବନ ଶୈଳୀକୁ ଏକ ନ୍ୟାୟିକ ପରିବର୍ତ୍ତନ’ ବିଷୟବସ୍ତୁ ଉପରେ ଏହି ଅବସରରେ ଆଲୋଚନା ହୋଇଥିଲା। ଯଦି କୌଣସି ଖାଉଟି ଠକେଇର ଶିକାର ହୁଅନ୍ତି, ତେବେ ଏଥି ପାଇଁ ଉଦ୍ଦିଷ୍ଟ ଫୋରମ୍‌ରେ ଅଭିଯୋଗ କରିପାରିବେ। ଏଥି ପାଇଁ ବ୍ଲକ୍‌ ଓ ଜିଲ୍ଲାସ୍ତରରେ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିବା ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି। ଏଥିନିମନ୍ତେ ଅଧିକାରୀ ମାନେ ଅଭିଯୋଗ ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।


ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ଯୋଗଦେଇ ପରିବର୍ତ୍ତିତ ସମୟ ସହ ବଜାର ଓ ଖାଉଟିର ସଂଜ୍ଞାରେ ବ୍ୟାପକ ପରିବର୍ତ୍ତନ ହୋଇଥିବାର କହିଥିଲେ। ପ୍ରାଚୀନକାଳରୁ ପ୍ରଚଳିତ ବାଣିଜିକ ପରମ୍ପରାରେ ଖାଉଟି ଓ ବେପାରୀ ମଧ୍ୟରେ ପ୍ରତ୍ୟକ୍ଷ ସଂପର୍କ ଥିବାବେଳେ ଆବଶ୍ୟକ ପଡ଼ିଲେ ଖାଉଟିମାନେ ସଂପୃକ୍ତ ବିକ୍ରେତାଙ୍କ ସହ କ୍ରୟ ସାମଗ୍ରୀ ସଂପର୍କରେ ଆଲୋଚନା କରିପାରୁଥିଲେ । ପରେ ପରେ ବିଭିନ୍ନ ମଲ୍‌ ମାଧ୍ୟମରେ ଏବଂ ଅଧୁନା ଅନ୍‌ଲାଇନ୍‌ ମାଧ୍ୟମରେ ସାମଗ୍ରୀ ବିକ୍ରୟ ହେଉଛି । ଏହା ଦ୍ୱାରା ବିକ୍ରେତା ଓ ଖାଉଟି ମଧ୍ୟରେ କୌଣସି ସିଧାସଳଖ ସଂପର୍କ ରହୁନାହିଁ । ଏଥି ନିମନ୍ତେ ଖାଉଟମାନେ ସଚେତନ ହୋଇ ସେମାନଙ୍କର ଉଦ୍ଦିଷ୍ଟ ସାମଗ୍ରୀ କ୍ରୟ କରିବାର ଆବଶ୍ୟକତା ରହିଛି । କୌଣସି ଖାଉଟି ଠକେଇର ଶିକାର ହେଲେ ଏଥି ନିମନ୍ତେ ଜିଲ୍ଲା ଓ ରାଜ୍ୟସ୍ତରରେ ବିଭିନ୍ନ ଖାଉଟି ବିବାଦ ସମାଧାନ କେନ୍ଦ୍ରର ସହଯୋଗ ଲୋଡ଼ିବାର ଆବଶ୍ୟକତା ଥିବା ସେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *