ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଳକ ବୁଢାପଙ୍କ ପଞ୍ଚାୟତ ଅନ୍ତର୍ଗତ ବୈଦ୍ୟନାଥପୁର ଦେଇ ଯାଉଥିବା କୋଇଲା ଟ୍ରେନ ରୁ କୋଇଲା ଚୋରି ଅଭିଯୋଗରେ ବଅଁରପାଳ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି | ସେମାନେ ହେଲେ ବୈଦ୍ୟନାଥପୁର ଗ୍ରାମର ନବ ପ୍ରଧାନ (୨୩), ପାପୁନ ପ୍ରଧାନ (୨୪) , ସିପୁନ ବେହେରା (୨୨) ପ୍ରଭଞ୍ଜନ ମହାନ୍ତି ବୁଢ଼ାପଙ୍କ (୩୧), ବିଟ ପ୍ରଧାନ ବୁଢ଼ାପଙ୍କ (୪୫) ସୂଚନା ମୁତାବକ ସୋମବାର ରାତି ୧୦ଟା ସମୟରେ ନାଲ୍କୋର ନିଜସ୍ବ ଟ୍ରେନ୍ ସହାୟତାରେ ବୁଢାପଙ୍କ ରେଲ୍ୱେ ଷ୍ଟେସନରୁ ଏକ କୋଇଲା ବୋଝେଇ ଟ୍ରେନ୍ ନାଲ୍କୋ ଅଭିମୁଖେ ଯାଉଥିଲା । ବୈଦ୍ୟନାଥପୁର ରେଳ ଧାରଣା ପାଖରେ ସେମାନେ ଟ୍ରେନର ହୋସ୍ ପାଇପକୁ କାଟି ଟ୍ରେନ୍କୁ ଦୀର୍ଘ ସମୟ ଅଟକାଇ କୋଇଲା ଚୋରି କରୁଥିଲେ। କୌଣସି ସୂତ୍ରରୁ ଖବରପାଇ ବଅଁରପାଳ ପୁଲିସ୍ ଅତର୍କିତ ଚଢ଼ଉ କରି ଏହି ପାଞ୍ଚଜଣ ଯୁବକଙ୍କୁ କାବୁ କରି ଥାନାକୁ ଆଣିଥିଲେ | ଆଜି ସେହି ପାଞ୍ଚଜଣ ଯୁବକଙ୍କ ନାମରେ କେଶ ନଂ ୧୩୭/୨୬ ଏକ ମାମଲା ଋଜୁକରି କୋର୍ଟ ଚାଲାଣ କରାଯାଇଛି। ଏଭଳି ଯଦି ପୁନର୍ବାର ଟ୍ରେନ୍ ଅଟକାଇ କୋଇଲା ଚୋରି କରାଯାଏ ତେବେ ଯେଉଁମାନେ ସମ୍ପୃକ୍ତ ତାଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ଦୁଷ୍ମନ୍ତ କୁମାର ସିଂହ ସୂଚନା ଦେଇଛନ୍ତି।
