ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ସ୍ଥିତ ତଇଲା ଗ୍ରାମର ବିଶିଷ୍ଟ ସମାଜସେବୀ, ମିଷ୍ଟଭାସି, ପରୋପକାରୀ, ସମାଜ ସଂସ୍କାରକ, ଜଗନ୍ନାଥ ପ୍ରେମୀ କାହ୍ନୁ ଚରଣ ଦାଶ ଙ୍କ ର ଅଠାଅଷୀ ବର୍ଷ ବୟସ ରେ ନିଜ ବାସ ଭବନରେ ଦେହାନ୍ତ ହୋଇଛି। ଶରୀର ଅସୁସ୍ଥତା କାରଣ ରୁ କାଁହୁ ଚରଣ ଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି। ମୃତ୍ୟୁ ଖବର ପାଇ ସ୍ଥାନୀୟ ସରପଞ୍ଚ ସିଦ୍ଧାର୍ଥ ଶଙ୍କର ରାୟ, ପୂର୍ବତନ ସରପଞ୍ଚ ତଥା ବରିଷ୍ଟ ଆଇନୀଜୀ ସୁରପ୍ରସାଦ ବାରିକ, ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ବଡ଼ ପଣ୍ଡା ଅରୁଣ କୁମାର ପଣ୍ଡା ପ୍ରମୁଖ କାଁହୁ ଚରଣ ଙ୍କ ବାସ ଭବନ ରେ ପହଂଚି ଶେଷ ଦର୍ଶନ କରି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ | କାଁହୁ ଚରଣ ଙ୍କ ଜ୍ୟେଷ୍ଟ ପୁତ୍ର କରୁଣାକର ମୁଖାଗ୍ନୀ ଦେଇଥିଲେ | ତଇଲା ଗ୍ରାମ ଜଣେ ଧର୍ମ ପରାୟଣ, ପରୋପକାରୀବ୍ୟକ୍ତି ଙ୍କୁ ହରାଇଥିବାରୁ ପଞ୍ଚାୟତ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
