
ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ, ଯାହାକୁ କି ସଧବା ନାରୀମାନେ ନିଜର ସ୍ୱାମୀର ମଙ୍ଗଳ ମନାସୀ ଦୀର୍ଘାୟୁ କାମନା କରି ଉପବାସ ରହି ଏହି ପବିତ୍ର ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ସେହି ପରିପ୍ରେକ୍ଷୀରେ ଆଜି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ରେ ବିଭିନ୍ନ ଦେବାଳୟ ଓ ବଟ ବୃକ୍ଷ ମୂଳରେ ସଧବା ନାରୀମାନେ ଉପବାସ ରହି ବିଭିନ୍ନ ପ୍ରକାରର ଫଳମୂଳ ଓ ନୂଆ ଶାଢ଼ୀ ନେଇ ଅତି ନିଷ୍ଠାର ସହ ଏହି ପବିତ୍ର ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଥିଲା।

କିନ୍ତୁ ଏହି ପବିତ୍ର ସାବିତ୍ରୀ ବ୍ରତ କୁ ପାଳନ କରିବାକୁ ନାରୀମାନେ ବିଭିନ୍ନ ପ୍ରକାରର ଫଳମୂଳ କିଣି ପୂଜାର୍ଚ୍ଚନା କରିଥାନ୍ତି, ଯାହାର ବେଶ୍ ଫାଇଦା ଉଠାଇଥାନ୍ତି ଫଳ ବିକାଳୀ, ଓ ଏହି ସାବିତ୍ରୀ ବ୍ରତ ଆସିଲେ ଫଳ ଦର ଆକାଶ ଛୁଆଁ ହୋଇଯାଏ, ଯାହା ଉପରେ କାହାରି ନିଘା ନଥାଏ, ଯାହାର ସୁଯୋଗ ନେଇ ଏହି ଫଳ ବିକାଳୀ ମାନେ ଗ୍ରାହକ ମାନଙ୍କୁ ନିଜ ନିଜ ଇଚ୍ଛା ମୁତାବକ ଲୁଟ୍ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ସେଉ ଦର ତିନିଶହ ଟଙ୍କା, ଅଙ୍ଗୁର ଦୁଇଶହ ରୁ ଦୁଇଶହ ଅଶି ରୁ ତିନିଶହ ଓ ଦର ପାଚିଲା ଲିଚୁ କୋଳି ଚାରିଶହ ଟଙ୍କା ଟପିଥିବା ଦେଖିବାକୁ ମିଳିଥିଲା, କିନ୍ତୁ ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ କୌଣସି ଆନ୍ତରିକତା ଦେଖାନ୍ତି ନାହିଁ, ଯାହା ଫଳରେ ଏହି ଫଳ ବେପାରୀ ମାନେ ଗ୍ରାହକ ମାନଙ୍କୁ ଲୁଟ୍ କରିବାରେ ତିଲେ ମାତ୍ର ସୁଯୋଗ ହାତଛଡ଼ା କରନ୍ତିନାହିଁ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
