• Thu. Apr 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କିନ୍ନର ପାଳିଲେ ସାବିତ୍ରୀ ବ୍ରତ

Bymamatanews

May 26, 2025
Spread the love

ଗୁରୁଙ୍କ ଦୀର୍ଘାୟୁ ପାଇଁ କିନ୍ନର ପଳାନ୍ତି ଏହି ବ୍ରତ

ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । ଏହି ଦିନରେ ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ସଧବା ମାନେ ଏହି ବ୍ରତ ପାଳନ କରିଥାନ୍ତି । ତେବେ ମହିଳାଙ୍କ ଭଳି ଆଜି କିନ୍ନର ସମ୍ପ୍ରଦାୟ ମାନେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି । କିନ୍ନର ସମ୍ପ୍ରଦାୟ ଆଜିର ଦିନରେ ନିଜର ଗୁରୁଙ୍କ ଦୀର୍ଘାୟୁ ଏବଂ ଜଗତ କଲ୍ଯାଣ ପାଇଁ ଏହି ବ୍ରତ କରିଥାନ୍ତି ।

ଏହି କ୍ରମରେ ଅନୁଗୋଳ ଜିଲ୍ଲାର କିନ୍ନର ମାନେ ସାଧାରଣ ମହିଳା ମାନଙ୍କ ପରି ନୂତନ ପୋଷାକ ପରିଧାନ କରିବା ସହ ସଜେଇ ହୋଇ ଏକତ୍ରିତ ଭାବେ ଏହି ବ୍ରତକୁ ଶିମିଳିପଡା ଠାରେ ପାଳନ କରିଛନ୍ତି । ଆଜି ସକାଳୁ କିନ୍ନର ମାନେ ଆମ୍ବ, ପଣସ, ସପୁରୀ ଆଦି ବିଭିନ୍ନ ପ୍ରକାର ଫଳ ସହ ଶାଢୀ, ଚୁଡି, ସିନ୍ଦୁର ଆଦି ସାଙ୍ଗରେ ନେଇ ପହଁଚିଥିଲେ। ଶିମିଳିପଡା ପୋଖରୀ କୁଳରେ ଥିବା ଉଦ୍ୟାନ ର ଏକ ବରଗଛ ମୁଳରେ ପୂଜାର୍ଚ୍ଚନା କରିବା ସହ ବ୍ରତ ପାଳନ କରିଥିଲେ। ଏହା ପରେ ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ପରେ ପ୍ରସାଦ ସେବନ କରିଥାନ୍ତି । କିନ୍ନର ମାନେ ନିଜ ଘର ଛାଡି ବାହାରକୁ ଚାଲିଆସିଥିବାରୁ ନିଜ ଗୁରୁ ହିଁ ସେମାନଙ୍କ ପାଇଁ ବାପା, ମା, ସ୍ଵାମୀ ସବୁକିଛି । ତେଣୁ ତାଙ୍କ ପାଇଁ ବ୍ରତ ପାଳନ କରୁଥିବା ସେମାନେ କହିଛନ୍ତି। ଭାନୁପ୍ରିୟା, ପ୍ରିୟା, ପାର୍ବତୀ ପଦ୍ମିନୀ, ଫୁଇ, ସୁହାନି, କେଟି, ଚମ୍ପି ଙ୍କ ସହ ଅନ୍ୟ ବହୁ କିନ୍ନର ଏହି ବ୍ରତ ଧୁମଧାମର ସହ ପାଳନ କରିଥିଲେ।

Leave a Reply

Your email address will not be published. Required fields are marked *