• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ଙ୍କ ୯୭ତମ ଜୟନ୍ତୀ ମହାସମାରୋହ ରେ ପାଳିତ

Bymamatanews

May 26, 2025
Spread the love

ନବରସର ନାୟକ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ସ୍ମୁତି ପରିଷଦ ପକ୍ଷରୁ ୯୭ତମ ଜୟନ୍ତୀ ଜନ୍ମ ମାଟି ସମଙ୍ଗ ଜେନାସାହି ଠାରେ ମହାସମାରୋହରେ ପାଳିତ ହୋଇଯାଇଛି | ସ୍ମୁତି ପରିଷଦ ଉପଦେଷ୍ଟା ସୁରେଶ ଚନ୍ଦ୍ର ରାଉତ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ପ୍ରଦୀପ ପ୍ରଜ୍ବଳନ କରି ନାଟ୍ୟ ଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |ସ୍ମୁତି ପରିଷଦ ଉପ ସଭାପତି ଅଶୋକ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ତପନ କୁମାର ରାଉତରାୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ |ମୁଖ୍ୟ ବକ୍ତା ଭାବେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅବସର ପ୍ରାପ୍ତ ଉପ ନିର୍ଦେଶକ ସୂର୍ଯ୍ୟ ରଞ୍ଜନ ମହାନ୍ତି | ସଂମ୍ମାନିତ ଅତିଥିଭାବେ ରଘୁନାଥପୁର ବ୍ଲକ ପୂର୍ବତନ ଅଧକ୍ଷ ରଜତ କୁମାର ପାତ୍ର | ଜ଼ିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ | ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ | ପୌର ପରିଷଦ ଅଧକ୍ଷା ଅର୍ଚନା ସିଂ | ସରପଞ୍ଚ ମିନତୀ ଜେନା | ସମିତି ସଭ୍ୟ ଦୀପକ ସ୍ୱାଇଁ ପ୍ରମୁଖ ଯୋଗଦେଇ ନାଟ୍ୟଶ୍ରୀ ଆର୍ତ୍ତାବନ୍ଧୁ ରାଉତରାୟ ଙ୍କ ନିଖୁଣ ଅଭିନୟ ଓ ନାଟ୍ୟ ଜଗତ ପ୍ରତି ଅବଦାନ ସମ୍ପର୍କ ରେ ଉଦବୋଧନ ଦେଇଥିଲେ |ଏହା ପରେ ଯାତ୍ରା ଜଗତ ପ୍ରତି ଥିବା ଅବଦାନ ପାଇଁ ନାଟ୍ୟକାର କୈଳାସ ମଲ୍ଲିକ | ନାଟ୍ୟ ନିର୍ଦେଶକ ବିନୋଦ ରାଉତ | ଖଳନାୟକ କାହ୍ନା | ଶ୍ରେଷ୍ଠ ଅଭିନେତା ବ୍ରଜ ବିହାରୀ ନାୟକ ପ୍ରମୁଖ ଙ୍କୁ ମୁଖ୍ୟ ଅତିଥି ମାନପତ୍ର, ସ୍ମୁତି ଫଳକ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ | ଶେଷରେ ଉପ ସଭାପତି ସରୋଜ କୁମାର ଦିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ |ଶେଷରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *