• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Bymamatanews

Sep 26, 2024
Spread the love

ଆସନ୍ତା ୧୬ ରୁ ଆରମ୍ଭ ହେବାକୁ ଯାଉଛି ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀପୂଜା..ସେଥିପାଇଁ ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ସହରରେ ବିଶ୍ଵପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଗଜଲକ୍ଷ୍ମୀ ପୂଜା ଆସନ୍ତା ମାସ ୧୬ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ଦିନ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ସେଥିପାଇଁ ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳା ଓ ଭାଇଚାରା ମଧ୍ୟରେ ଅଧିକ ସରସ ସୁନ୍ଦର
ଭାବେ ଆୟୋଜନ କରି ଢେଙ୍କାନାଳର ସ୍ଵତନ୍ତ୍ର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ଜିଲ୍ଲାପାଳ କହିଛନ୍ତି ।

Comment, subscribe


ସମସ୍ତ ପୂଜା ପ୍ରତିଷ୍ଠାନ ସ୍ଵଚ୍ଛତା ଉପରେ ଅଧିକ ଗୁରୁତ୍ଵ ଦେଇ ଉଦାହରଣ ସୃଷ୍ଟି କରିବାକୁ ଅନୁରୋଧ କହିଛନ୍ତି । ଶିଶୁ, ବୃଦ୍ଧ-ବୃଦ୍ଧା ଏବଂ ହୃଦରୋଗୀମାନଙ୍କର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଭସାଣି ଉତ୍ସବ ସମୟରେ ଡିଜେ ସାଉଣ୍ଡ ନିୟନ୍ତ୍ରଣ କରି ବ୍ୟବହାର କରିବାକୁ ସେ ପରାମର୍ଶ ମଧ୍ୟ ଦେଇଥିଲେ । ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ରେ ପୂଜାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖ୍ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା
କରାଯିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା, ରାହାଜାନି ରୋକିବା ଓ ଜନସାଧାରଣଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଅଧିକ
ସଂଖ୍ୟକ ଆରକ୍ଷୀ ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ ମଡକର ସନ୍ଦୀପ ସମ୍ପଦ କହିଛନ୍ତି ।
ଲକ୍ଷ୍ମୀ ପୂଜା ଢେଙ୍କାନାଳର ଗଣପର୍ବ, ଏହା ଢେଙ୍କାନାଳର ଗର୍ବ ଓ ଗୌରବର ବିଷୟ । ଏଣୁ ଏହି ପାର୍ବଣକୁ ଶାନ୍ତି
ଶୃଙ୍ଖଳାର ସହିତ ଆୟୋଜନ କରି ଉପଭୋଗ କରିବାକୁ ମିଳିତ ବଜାର ଲକ୍ଷ୍ମୀପୂଜା କମିଟିର ସଭାପତି ଶ୍ରୀ ରାମଚନ୍ଦ୍ର ପାତ୍ର
ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସମ୍ପାଦକ ଶ୍ରୀ ପୀତବାସ ସାହୁ ଲକ୍ଷ୍ମୀପୂଜା ପାଳନ ସମ୍ପର୍କିତ ବିବରଣୀ ପାଠ
କରିଥିଲେ ।vଏହି ପ୍ରସ୍ତୁତି ବୈଠକରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ଅତିରିକ୍ତ ଜିଲ୍ଲାପାଳ
ଶ୍ରୀମତୀ ଅନୀତା ପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଦିଲ୍ଲୀପ କୁମାର ବିଶ୍ୱାଳ, ପୌର ପାଳିକା ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ରଙ୍କ ସମେତ ସମସ୍ତ ପୂଜା
ପ୍ରତିଷ୍ଠାନର ସଭାପତି ଓ ସମ୍ପାଦକ, ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାର ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *