୮ ରୁ ୯ ଟି କୋଇଲା ଭର୍ତି ୱାଗନ ଟ୍ରାକରୁ ହେଲା ଲାଇନ ଚ୍ୟୁତ
ଅନୁଗୋଳ ଜିଲ୍ଲା ବୁଢ଼ାପଙ୍କ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଆଜି ଅପରାହ୍ଣ ପ୍ରାୟ ୪ଟା ସମୟରେ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା ।ସୂଚନା ଅନୁଯାୟୀ ଟ୍ରେନଟି ଯଖପୁରାରୁ ମେରାମଣ୍ଡଳୀ ଟାଟା ଷ୍ଟିଲକୁ କୋଇଲା ନେଇ ଯାଉଥିବା ବେଳେ କମଳାଙ୍ଗ ଷ୍ଟେସନ ପାର ହୋଇ ସାରିଥିବା ବେଳେ ବୁଢାପଙ୍କ ନିକଟରେ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ ହୋଇଥିଲା । ୯ନମ୍ବର ଟ୍ରାକ ଲାଇନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବାବେଳେ ଦୁର୍ଘଟଣାର କାରଣ ଜଣାପଡିନାହିଁ । ଯେହେତୁ ଟ୍ରେନଟି ଲାଇନଚ୍ୟୁତ ହୋଇଥିବାବେଳେ ଟ୍ରେନ ଚଳାଚଳ ସ୍ବାଭାବିକ ରହିଛି।
