• Thu. Apr 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଶିମିଳିପଡ଼ାରେ ରକ୍ତଦାନ ଶିବିର ଅନୁଷ୍ଠିତ

Bymamatanews

Mar 27, 2025
Spread the love

ଶିଳ୍ପ ନଗରୀ ଅନୁଗୋଳ ଜିଲ୍ଲାରେ ରକ୍ତ ଅଭାବ ରହିଛି। ବିଭିନ୍ନ ଗାଡି ମୋଟର ଦୁର୍ଘଟଣା, ପ୍ରସୂତି ମହିଳାଙ୍କ ଏବଂ ଅନ୍ୟାନ୍ୟ ଜରୁରୀ କାଳୀନ ରୋଗୀ ମାନଙ୍କ ପାଇଁ ଜିଲ୍ଲା ଅନେକ ସମୟରେ ରକ୍ତ ମଧ୍ୟ ମିଳୁ ନାହିଁ। ଯାହା ଫଳରେ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଖୋଦ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏପରି ଅବ୍ୟବସ୍ଥା ଲାଗି ରହିଛି। ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଅନୁଗୋଳ ଜିଲ୍ଲା ସମେତ ଢ଼େଙ୍କାନାଳ, ବୌଦ୍ଧ,ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ଲୋକ ମାନେ ନିର୍ଭର କରିଥାନ୍ତି। କିନ୍ତୁ ବ୍ଲଡ ପାଇଁ ବହୁତ ଅସୁବିଧାର ସମ୍ମୁଖିନ ହୁଅନ୍ତି । ବିଶେଷ କରି ଗ୍ରୀଷ୍ମ ଦିନରେ ରକ୍ତର ଅଭାବ ବହୁତ୍ ମାତ୍ରରେ ଅଭାବ ହୁଏ। ଏହାକୁ ଦୃଷ୍ଟିରେ ରଖିଶିମିଳିପଡ଼ାରେ ଥିବା ଏକ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରା ଯାଇଛି।ଶିମିଳିପଡ଼ାରେ ଥିବା ରେଜିଓନାଲ ଇନଷ୍ଟିଚ୍ୟୁଟ ଅଫ୍ ଫାର୍ମାସେଟିକାଲ ସାଇନ୍ସ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ହୋଇ ଯାଇଛି। ଏହି ରକ୍ତଦାନ ଶିବିରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହିତ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଠାରୁ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଅନୁଷ୍ଠାନ ତରଫରୁ ଦେବି ପ୍ରସାଦ ପ୍ରଧାନ , ଡାକ୍ତର ଦେବାଶିଷ ପ୍ରଧାନ , କବି ପ୍ରଭାକର ଦାସ, ଚିନ୍ମୟୀ ସାମଲ ଏବଂ ଦୁଷ୍ମନ୍ତ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏବଂ ବ୍ଲଡ ବ୍ୟାଙ୍କ୍ ର କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ରକ୍ତ ସଂଗ୍ରହ ସୂଚାରୁ ରୁପେ ହୋଇଛି। ଏହି କାର୍ଯ୍ୟକ୍ରମରେ ସମାଜ, ଧରିତ୍ରୀ ଓ ପ୍ରମେୟ ରିପୋର୍ଟର ମାନେ ଯୋଗ ଦେଇ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *