ଅନୁଗୋଳ ଟାଉନ୍ ଥାନା ଅମଲାପଡ଼ା ତଥା ଗାନ୍ଧୀ ମାର୍ଗ ରୋଡ ହନୁମାନ ମନ୍ଦିର ନିକଟ ଏକ ଦୋକାନ ସାମ୍ନାରେ ଦୁଇ ଯୁବକ ଛିଡା ହୋଇଥିବା ବେଳେ ତିନୋଟି ବାଇକରେ ସାତ ଜଣ ଯୁବକ ଆସି ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ସାଥୀ ରେ ଥିବା ଯୁବକ ଜଣଙ୍କ ପ୍ରାଣ ବିକଳ ରେ ଗୋଟେ ଘର ଭିତରେ ପଶି ଯାଇଥିଲେ। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ଗୁରୁତ୍ତର ହୋଇ ଯାଇଥିଲେ। ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭର୍ତ୍ତି ହୋଇଛନ୍ତି। ଗୁରୁତ୍ତର ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ଆଙ୍ଗାରବନ୍ଧ ଗ୍ରାମ ସମାକୋଇ ସାହିର ବିଭୂତି ଭୂଷଣ ପ୍ରଧାନଙ୍କ ପୁଅ ପାର୍ଥ ସାରଥୀ ପ୍ରଧାନ ବୋଲି ଜଣା ପଡିଛି । ପାର୍ଥ ଭାରତୀୟ ଜନତା ପାର୍ଟିର କର୍ମୀ ବୋଲି ଜଣାପଡିଛି । ସୂଚନା ଯେ, ଆଜି ସକାଳ ଦଶଟା ତିରିଶ ବେଳେ ଅଙ୍ଗାରବନ୍ଧ ଗ୍ରାମର ପାର୍ଥ ସାରଥି ପ୍ରଧାନ ଏବଂ ତାଙ୍କ ସାଙ୍ଗ ସତ୍ୟଜିତ ପ୍ରଧାନ ଇକୋ ପାର୍କ ଅଞ୍ଚଳ ରେ ଥିବା ଏକ ଜିମ୍ ସେଣ୍ଟର କୁ ଜିମ୍ କରିବା ପାଇଁ ଯାଇ ଏକ ବୁଲେଟ ଯୋଗେ ଘରକୁ ଫେରୁଥିବା ବେଳେ ଗାନ୍ଧୀ ମାର୍ଗରେ ଥିବା ଏକ ଦୋକାନରେ କିଛି ସମାଗ୍ରୀ କିଣିବା ପାଇଁ ରହିଥିଲେ । ସେହି ସମୟରେ ତିନୋଟି ବାଇକରେ ସାତ ଜଣ ଯୁବକ ଧାରୁଆ ଅସ୍ତ୍ର ଧରି ପାର୍ଥକୁ ଆକ୍ରମଣ କରିଥିଲେ। ପାର୍ଥଙ୍କ ସାଙ୍ଗ ଏହା ଦେଖି ଦୌଡ଼ି ପଳାଇଥିଲେ। ପାର୍ଥ ଗୁରୁତର ଅବସ୍ଥାରେ ଜୀବନ ବିକଳରେ ଜୀବନ ବଞ୍ଚାଇବା ପାଇଁ ଜଣଙ୍କ ଘର ଭିତରେ ପଶି ଯାଇଥିଲେ ।
ପାର୍ଥଙ୍କର ଦୁଇ ହାତ, ଛାତି ଏବଂ ପିଠିରେ ଗଭୀର ଲାଗିଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
