• Fri. Apr 17th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ପଞ୍ଚାୟତ ରଗୁଡିତୈଳା ର ଏକ ଫାର୍ମ ହାଉସ୍ ରେ କାର୍ଯ୍ୟ କରୁଥିବା ଦମ୍ପତି ଙ୍କର ସୋଲାର ବିଦ୍ୟୁତ୍ ତାର ଲାଗୀ ମୃତ୍ୟୁ ଘଟିଛି। ମୃତକ ଦମ୍ପତି ହେଲେ ସ୍ଵାମୀ ସୁର ପ୍ରଧାନ (୩୫), ସ୍ତ୍ରୀ ସୁକାନ୍ତି ପ୍ରଧାନ (୩୧) ବୋଲି ଜଣା ପଡିଛି। ସୂଚନା ଯେ, ଗତ କାଲି ବିଲମ୍ବିତ ରାତିରେ ପୋକତୁଙ୍ଗା ପଞ୍ଚାୟତ ରଗୁଡିତୈଳା ଠାରେ ଥିବା ଏକ ଫାର୍ମ ହାଉସ୍ ରେ କାର୍ଯ୍ୟ କରୁଥିବା ସ୍ଵାମୀ ସ୍ତ୍ରୀ ଙ୍କ ସୋଲାର ବିଦ୍ୟୁତ୍ ତାର ଲାଗୀ ମୃତ୍ୟୁ ଘଟିଛି। ସ୍ଵାମୀ ସ୍ତ୍ରୀ ଙ୍କର ମୃତ୍ୟୁ ବରଣ କରି ପଡିଥିବା ଆଜି ସକାଳ ସମୟରେ ସ୍ଥାନୀୟ ବାସୀ ଦେଖିବାରୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ସେତେ ବେଳେକୁ ଦୁହେଁ ଙ୍କର ମୃତ୍ୟୁ ଘଟି ସାରି ଥିଲେ ।
ଏ ପଟେ ଫାର୍ମ ହାଉସ୍ ମାଲିକ କହୁଛନ୍ତି ଯେ, ଖାଇ ସାରି ହାତ ଧୋଇ ହେବା ବେଳେ ସୋଲାର ବିଦ୍ୟୁତ ତାର ରେ ଲାଗୀ ଯିବାରୁ ଦୁଇ ଜନଙ୍କର ମୃତ୍ୟୁ ଘଟିଛି। ଏ ଖବର୍ ପାଇଁ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ଘଟଣା ସ୍ଥଳରେ ବନ୍ତଳା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *