ଅନୁଗୋଳ ଜିଲ୍ଲା ନାଲକୋଥାନା ଅନ୍ତର୍ଗତ ସିପିପି ବସଲା ହଟିଙ୍ଗର ୫୮ ବର୍ଷୀୟ ନଦିଆଁ ବେସ୍ରା ଗତକାଲି ନାଲକୋରେ ଜେନାଲ ଶିଫ୍ଟ ରେ କାର୍ଯ୍ୟ କରୁଥିବା ସମୟରେ ଦେହ ଖରାପ ହେବାରୁ ଅସୁସ୍ଥତା ଅନୁଭବ କରି ଘରକୁ ଯାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ କୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତଦେହ ବ୍ଯବଛେଦ ପରେ ପରିବାର ଏବଂ ଆତ୍ମୀୟସ୍ବଜନ କ୍ଷତିପୂରଣ ଦାବି ନେଇ ନାଲକୋ ସ୍ମେଲଟର ଫାଟକ ସମ୍ମୁଖରେ ଆନ୍ଦୋଳନରେ ବସିଥିଲେ । ସୂଚନା ଅନୁସାରେ, ସ୍ମେଲ୍ଟର ପ୍ଲାଣ୍ଟ କାର୍ବନ ଏରିଆ ବେକଭନ ୧ ରେ ନଦିଆଁ ବେସ୍ରା ଠିକା ଶ୍ରମିକ ଭାବେ କାମ କରନ୍ତି। ସେ ଅଲେଖ ମହିମା କନଷ୍ଟ୍ରସନ ନାମକ ଠିକା ସଂସ୍ଥାରେ କାମ କରୁଥିଲେ। ମୃତକଙ୍କ ପରିବାର , ବସ୍ତି ବାସିନ୍ଦା ଏବଂ ବିଭିନ୍ନ ଠିକା ସଂଗଠନ ତରଫରୁ ବାପାଙ୍କ ସ୍ଥାନରେ ପୁଅକୁ ନିଯୁକ୍ତି ଦେବା ପାଇଁ ଦାବିକରି ଅଡି ବସିଥିଲେ। ନାଲକୋ ପ୍ରଶାସନ, ବିଭିର୍ଣ୍ଣ ସଂଗଠନ ଓ ବସ୍ତି ବାସିନ୍ଦାଙ୍କ ଉପସ୍ଥିତିରେ ପୁଅକୁ ସ୍ଥାଇ ନିଯୁକ୍ତି ଦେବାପାଇଁ ପ୍ରତିଶୃତି ଦେବାପରେ ଆନ୍ଦୋଳନରୁ ପରିବାରବର୍ଗ ଓହରିଥିଲେ ।
