• Thu. Apr 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ଟେମ୍ପୁ

Bymamatanews

Mar 31, 2025
Spread the love

ଟେମ୍ପୋ ଓଲଟି ଦୁଇ ଜଣ ଗୁରୁତର ହୋଇ ଥିବା ବେଳେ ପାଞ୍ଚ ଆହାତ ହୋଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ‌ହୋଇଛନ୍ତି। ସୂଚନା ମୁତାବକ ସଦର ଥାନା ଅନ୍ତର୍ଗତ ରନ୍ତଲେଇ ଗ୍ରାମର ମୈଳା ବେହେରା ଙ୍କ ଅପା ଗୁଜି ପରିଡା ଙ୍କୁ ସଦର ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମକୁ ଏକ ଟେମ୍ପୋ ରେ ପରିବାରର ଛୋଟବଡ଼ ମିଶାଇ ୭ଜଣ ଯାଉଥିବା ବେଳେ ପଞ୍ଚମହଲା ସ୍ଥିତ ଆରଟିଓ ଅଫିସ୍ ସମ୍ମୁଖ ରେ ଟେମ୍ପୋ ସମ୍ମୁଖ କୁ ହଠାତ୍ ଏକ ଘୁଷୁରୀ ଆସିଥିବାରୁ ଚାଳକ ହଠାତ୍ ବ୍ରେକ ଦେବାରୁ ରାସ୍ତା ଉପରେ ଟେମ୍ପୋ ଟି ଓଲଟି ପଡିଥିଲା। ଯାହାଫଳରେ ଟେମ୍ପୋ ରେ ବସିଥିବା ୭ ଜଣଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ସେହି ସମୟରେ ରାସ୍ତା ଦେଇ ଆମ ସମାଜ ପ୍ରତିନିଧି ନିରଞ୍ଜନ ନାଏକ କୈାଣସି କାର୍ଯ୍ୟରେ ଯାଉଥିବା ବେଳେ ସମସ୍ତ ଗୁରୁତର ଙ୍କୁ ନିଜ ବୋଲେରୋ ଗାଡ଼ି ରେ ଉଦ୍ଧାର କରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଥିରେ ସୁବର୍ଣ୍ଣପୁର ଗ୍ରାମର ଗୁଜି ପରିଡ଼ା (୬୨) ରନ୍ତଲେଇ ଗ୍ରାମର ଲିପିକା ବେହେରା (୩୨) ଗୁରୁତର ଥିବା ବେଳେ ମୈନା ବେହେରା (୬୦) କାଇଁଚ ବେହେରା (୩୦), ବାଦଲ ବେହେରା (୭), କର୍ଣ୍ଣ ବେହେରା ( ୫), ତୃପ୍ତି ମୟୀ ଭୁତିଆ (୯) ଆହାତ ହୋଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *