• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜଗତସିଂହପୁର ଜିଲ୍ଲା ସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ମେଳା ଅନୁଷ୍ଠିତ

Bymamatanews

Mar 31, 2025
Spread the love


ଜଗତସିଂହପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଜିଲ୍ଲାପାଳ ଜେ ସୋନାଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରି ମେଳା କୁ ଉଦଘାଟନ କରିଥିଲେ। ଗ୍ରାମାଞ୍ଚଳରେ ରହିଯାଇଥିବା ବହୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ଯୋଜନା ରହିବା ପାଇଁ ପକ୍କା ବାସଗୃହ ଯୋଗାଇ ଦେଇ ପାରିଛି ବୋଲି କହିଥିଲେ।

ମୁଖ୍ୟ ବକ୍ତା ଭାବେ ବିଧାୟକ ଅମରେନ୍ଦ୍ର ଦାସ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦର ସଭାପତି ମନୋଜ କୁମାର ଭୋଇ, ମୁଖ୍ୟ ବିକାଶ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ, ପଞ୍ଚାୟତ ସମିତିର ଅଧ୍ୟକ୍ଷା କନକପ୍ରଭା ଲେଙ୍କା, ଉପାଧ୍ୟକ୍ଷ ରତିରଞ୍ଜନ ବେହେରା ଯୋଗଦେଇ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ସଭାରେ ୩୬୨ ଜଣ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ l
ବାଇଟ୧ ବାଇଟ

Leave a Reply

Your email address will not be published. Required fields are marked *