• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବାର୍ଷିକ ସମ୍ମିଳନୀରେ ନୂତନ କର୍ମକର୍ତା ଚୟନ

Bymamatanews

Oct 21, 2024
Spread the love
comments, Subscribe

ଅନୁଗୋଳ କାଲଟାକ୍ସ୍ ଛକ କ୍ରିଏସେଣ୍ଟର କନଭେନସନ ସଭାଗୃହ ପରିସରରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ଅନୁଗୋଳ ଜିଲ୍ଲାର ବାର୍ଷିକ ସମ୍ମିଳନୀରେ ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ସାଧାରଣ ସମ୍ପାଦିକା କମଳା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସୁରଭି ସ୍ୱାଇଁ, ରାଷ୍ଟ୍ରୀୟ କାର୍ଯ୍ୟସମିତି ସଦସ୍ୟ ବିନୟ ତ୍ରିପାଠୀ, ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା ସଂପାଦକ ଅଜୟ ପାଢି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନିରୋଦ ପାଲ ଉପସ୍ଥିତ ଥିଲେ । ଅଜୟ ପାଢି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ସାଧାରଣ ସମ୍ପାଦିକା ଏବଂ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିନୟ ତ୍ରିପାଠୀ ଙ୍କ ଉପସ୍ଥିତିରେ ଆଶା କର୍ମୀ ମାନଙ୍କର ମାର୍ଗ ଦର୍ଶନ କରିଥିଲେ । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସୁରଭି ସ୍ୱାଇଁ ନୁତନ କମିଟି ର ଘୋଷଣା କରିଥିଲେ । ପରିଶେଷରେ ନୁତନ ସଭାପତି ସୋଭାଗିନି ସାହୁ ତାଙ୍କର ବକ୍ତବ୍ୟ ରଖିଥିଲେ ଏବଂ ନୂତନ ସଂପାଦିକା ତେଜସ୍ୱରୀ ପ୍ରଧାନ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ବିରାମ ଦେଇଥିଲେ ।

ଅନୁଗୋଳ ରୁ ଚୈତନ୍ୟ ସାହୁ ଙ୍କ ରିପୋର୍ଟ ମମତା ନ୍ୟୁଜ

Leave a Reply

Your email address will not be published. Required fields are marked *