ଅଳ୍ପକେ ବର୍ତ୍ତୀ ଗଲେ କାର ଓ ବାଇକ୍ ଯାତ୍ରୀ।

ଶୁଖିଲା ଗଛ ପ୍ରତି ଧ୍ୟାନ ଦେଉନାହାନ୍ତି ପ୍ରଶାସନିକ ଅଧିକାରୀ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବୁଧୁବାର ସନ୍ଧ୍ୟାରେ ଅଦିନିଆ କାଳ ବୈଶାଖୀ ପ୍ରଭାବରେ ବର୍ଷାପବନ ହୋଇ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ବିରାଟ କାୟ ଶୁଖିଲା ଗଛ ରାସ୍ତା ମଝିରେ ପଡି ଯାଇଥିଲା l ପ୍ରାୟ ଏକ ଘଣ୍ଟା ସମୟ ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଯାଇଥିଲା l ଖବର ପାଇ ବଅଁରପାଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ଗଛ କୁ କଟର ମେସିନୀ ସାହାଯ୍ୟରେ କାଟି ରାସ୍ତା ରୁ ସଫା କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା l ସେହି ସମୟରେ ବଅଁରପାଳ ଅଞ୍ଚଳରେ ଜନସମାଗମ ଅତ୍ୟାଧିକ ଥାଏ କିନ୍ତୁ ଇଶ୍ୱରଙ୍କ କୃପାରୁ କାହାର କିଛି ଅଘଟଣ ଘଟି ନ ଥିଲା l ଏହି ଗଛ ପାଇଁ କେତେବେଳେ ଦୁର୍ଘଟଣା ବି ଘଟିପାରେ l ସନ୍ତ୍ରୀଛକ ଠାରୁ ବନ୍ଦା ଆମ୍ବତୋଟା ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଅନେକ ଜାଗାରେ ଏଭଳି ବଡ଼ବଡ଼ ଶୁଖିଲାଗଛ ଗୁଡିକ ଦୀର୍ଘବର୍ଷ ହେବ ରାସ୍ତା କଡ଼ରେ ରହିଛି l ପ୍ରଶାସନ ପକ୍ଷରୁ ଯଥା ଶୀଘ୍ର ଶୁଖିଲା ଗଛ ଗୁଡିକ କାଟିବା ପାଇଁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବୀ ହୋଇଛି l
