ଅନୁଗୋଳ ଜିଲ୍ଲାର ଦୀର୍ଘ ଦିନ ଧରି ଚାଲିଥିବା ଏକ ହତ୍ୟା ମାମଲାରେ ରାୟ ପ୍ରକାଶ ପାଇଛି। ଅନୁଗୋଳ ସଦର ଥାନା ପକ୍ଷରୁ ଦାୟର ହୋଇଥିବା ମାମଲାରେ ଅନୁଗୋଳର ମାନ୍ୟବର ADJ ଅଦାଲତ ୧୦ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି।
ଏହି ମାମଲାଟି ଅନୁଗୋଳ ସଦର ଥାନା କେସ୍ ନମ୍ବର ୫୬୮, ତାରିଖ ୧୯.୦୯.୨୦୨୧, CT(S) Case No. ୭୯/୨୦୨୨ ସହ ସମ୍ପର୍କିତ ବୋଲି ଜଣାପଡ଼ିଛି। ମୃତକ ଜଗନ୍ନାଥ ସେନାପତି ଡେରେଜାଙ୍ଗ ଡ୍ୟାମ ରେ ଜଣେ ୱାଚମ୍ୟାନ୍ ଭାବେ କାର୍ଯ୍ୟରତ ଥିଲେ। ତଦନ୍ତ ସମୟରେ ଜଣାପଡିଥିଲା ଯେ ମୃତକଙ୍କ ସହ ଜଣେ ଅଭିଯୁକ୍ତଙ୍କର୍ ପୂର୍ବରୁ ବିବାଦ ଓ ଶତ୍ରୁତା ଥିଲା। ୧୮ ସେପ୍ଟେମ୍ବର ୨୦୨୧ ତାରିଖ ରାତି ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ଭୋଜି ବ୍ୟବସ୍ଥା ବିଷୟରେ ଆଲୋଚନା କରିବାର ବାହାନା ରେ ମୃତକଙ୍କୁ ବାଇକ୍ ସାହାର୍ଯ୍ୟରେ ନିଆଯାଇଥିଲା। ପରେ ତାଙ୍କୁ ଡ୍ୟାମ ର ପୂର୍ବ ପାର୍ଶ୍ଵ ଏମ୍ବାକମେଣ୍ଟ ରୋଡ ରନ୍ତଲେଇ ଗ୍ରାମ ପାର୍ଶ୍ଵକୁ ନିଆଯାଇଥିଲା। ସେଠାରେ ଅଭିଯୁକ୍ତ ମାନେ ଭୁଜାଲି, ଲାଠି, ଖଣ୍ଡା ପରି ମାରାତ୍ମକ ଅସ୍ତ୍ର ରେ ଆକ୍ରମଣ କରି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମାମଲା ର ତଦନ୍ତ ସମୟରେ ପୂର୍ବ ଶତ୍ରୁତା ଘଟଣାର ପରିସ୍ଥିତି ଏବଂ ଅପରାଧ ସମ୍ପର୍କିତ ବିଭିନ୍ନ ପ୍ରମାଣ ମିଳିଥିଲା ପୋଲିସକୁ। ମାମଲାର ତଦନ୍ତକାରୀ ଅଧିକାରୀ ସବ୍ଇନ୍ସପେକ୍ଟର ଶ୍ରୀନିବାସ ସେଠୀ ଦାୟିତ୍ଵ ଗ୍ରହଣ କରିଥିଲେ। ବିଚାର ପ୍ରକ୍ରିୟା ଶେଷରେ ମାନ୍ୟବର ADJ ଅନୁଗୋଳ, ଏହି ମାମଲାରେ ୧୦ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ କରିଛନ୍ତି।
