• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମହିଳା ହାବିଲଦାର ସୁମିତ୍ରା ବିଶ୍ବାଳଙ୍କୁ ନ୍ୟାୟ ପ୍ରଦାନ ନେଇ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ପ୍ରଦେଶ ମହିଳା କଂଗ୍ରେସ

Bymamatanews

Apr 2, 2026
Spread the love

କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କୁ ଦର୍ବ୍ୟବହାର କସ୍ମିନକାଳେ ଗ୍ରହଣୀୟ ନୁହେଁ,

ଯେ କେହି ଦୋଷୀ ହୁଅନ୍ତୁ ନା କାହିଁକି ତାଙ୍କୁ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ- ମିନାକ୍ଷୀ ବାହିନୀପତି


(୨/୦୪/୨୦୨୬) : ଗୁରୁବାର ସଂଧ୍ୟାରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆସି ଅନୁଗୋଳ ଜିଲ୍ଲା ପୁଲିସ ରିଜର୍ଭ ବାହିନୀରେ କାର୍ଯ୍ୟରତ ମହିଳା ହାବିଲଦାର ସୁମିତ୍ରା ବିଶ୍ବାଳଙ୍କୁ ରିଜର୍ଭ ଇନ୍ସପେକ୍ଟରଙ୍କ ଦୁର୍ବ୍ୟବହାର ଅଭିଯୋଗର ସତ୍ୟତା ଅନୁସନ୍ଧାନ ସହ ପିଡିତାଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଆଲୋଚନା କରିବା ପାଇଁ ଆସିଥିଲେ। ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତିରେ ପ୍ରତିନିଧି ଦଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡାଙ୍କୁ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଲୋଚନା କରିଥିଲେ।

ବର୍ତ୍ତମାନ ସାରା ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଓ ନିର୍ଯ୍ୟାତିତା ହେଉଥିବା ବେଳେ, କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ମହିଳାମାନେ ସୁରକ୍ଷିତ ଭାବେ କାର୍ଯ୍ୟ ସମ୍ପାଦନ କରି ପାରୁନଥିବା ଦେଖାଯାଉଛି। ମହିଳାମାନେ ଯାହାଠାରୁ ସୁରକ୍ଷା ଆଶାକରୁଥିଲେ, ଯଦି ତାଙ୍କ ଦ୍ବାରା ମହିଳା ନିର୍ଯ୍ୟାତିତା ହୁଏ, ତେବେ ସମାଜ ଅରଜାକ ବୋଲି ବିବେଚନା କରାଯାଏ। ଏପରି କ୍ଷେତ୍ରରେ ଯେଉଁ ମହିଳା ନିଜକୁ ଅସୁରକ୍ଷିତ ମଣି ଶେଷରେ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ବାରସ୍ଥ ହେବାକୁ ପଡିଛି, ଓ ଚାକିରୀ ଛାଡି ଦେବାପାଇଁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି, ତାହା କୌଣସି ପ୍ରକାର ସାଧାରଣ ଘଟଣା ବୋଲି କୁହା ନ ଯାଇ ପାରେ। ଯେହେତୁ ମହିଳା ଜଣେ ପୁଲିସ ଓ ଅଭିଯୋଗ ପୁଲିସ ବିରୁଦ୍ଧରେ ହୋଇଛି, ପୁଲିସ ଏହାର ତଦନ୍ତ ଯେ ସଠିକ ଢଙ୍ଗରେ କରିବ, ଏଆଶା ଜନ ସାଧାରଣ ହରାଇ ଛନ୍ତି । ଏଣୁ ଏହାର ଏକ ତୃତୀୟପକ୍ଷ ଜରିଆରେ କରାଯିବାକୁ ପ୍ରତିନିଧିମାନେ ଦାବି କରିଥିଲେ। ପିଡିତାଙ୍କୁ ଉଚିତ ନ୍ୟାୟ ନ ମିଳିଲେ ମହିଳାମାନେ କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସୁରକ୍ଷିତ ମଣିବେ ନାହିଁ। ରାଜ୍ୟର ଅପରାଧ ହାର କ୍ରମଶଃ ବୃଦ୍ଧି ପାଉ ଥିବା ବେଳେ ଅନୁଗୋଳ ମଧ୍ୟ ସେଥିରୁ ପଛରେ ନାହିଁ, ଧର୍ଷଣ, ମର୍ଡର, ଚୋରି, ରାହାଜାନୀ ସାଙ୍ଗକୁ ଡ୍ରଗସ କାରବାର ଅନୁଗୋଳରେ ବ୍ୟାପକ ବୃଦ୍ଧି ଘଟୁଛି।ଜଣେ ମହିଳା ସୁରକ୍ଷିତ ଭାବେ ଯେ ଗୃହକୁ ଫେରିବ, ବର୍ତ୍ତମାନ ଚିନ୍ତା କରିବାକୁ ପଡୁଛି। ଏଣୁ ଏ ସମସ୍ତ ପ୍ରତି ଦୃଷ୍ଟି ଦେବାକୁ ଦାବି କରିବା ସହ ଆଗାମୀ ଦିନରେ ଏହାର ସୁଫଳ ନ ମିଳିଲେ ବାଧ୍ୟହୋଇ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବ ନାହିଁ ବୋଲି ଚେତାବନୀ ଦେଇଥିଲେ। ଆଜିର ପ୍ରତିନିଧି ମଣ୍ଡଳୀରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟିର ଉପସଭାନେତ୍ରୀ ସସ୍ମିତା ବେହେରା, ପ୍ରଦେଶ ମହିଳା ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ, ପ୍ରଦେଶ ମହିଳା ସଂପାଦିକା ଜୟସ୍ମିତା ମହାନ୍ତି, ପ୍ରଦେଶ ପଛୁଆ କଂଗ୍ରେସ ସଭାପତି ବିଜୟାନନ୍ଦ ଚାଉଳିଆ, ରାଜ୍ୟ ଦଳିତ କଂଗ୍ରେସ ସାଧାରଣ ସଂପାଦକ ତପନ ପ୍ରଧାନ, ପ୍ରଦେଶ କଂଗ୍ରେସ ମୁଖପାତ୍ର ଜଗଦାନନ୍ଦ ପ୍ରଧାନ, ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ ପ୍ରଧାନ, ପୂର୍ବତନ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ, ବରିଷ୍ଠ କଂଗ୍ରେସ ନେତା ଦିଗାମ୍ବର ଗଡନାୟକ, ଗୋପାଳ ଚନ୍ଦ୍ର ନାଥ, ରାଜକିଶୋର ସାହୁ, ଜିତେନ୍ଦ୍ର ସାହୁ, ଟିକନ ବେହେରା, ବିନୋଦ ମାଝୀ, ରାକେଶ ମିଶ୍ର, ବିରଞ୍ଚି ଧର, ସନତ କୁମାର ପ୍ରଧାନ, ଅମୂଲ୍ୟ ବେହେରା, ଅଳକା ମହାନ୍ତି, ସୁଶ୍ରୀ ବେହେରା, ଅଳକାରାଣୀ ମହାପାତ୍ର, କସିଦା ଖାନ, ମାନିନୀ ପ୍ରଧାନ, ଲିଲି ବେହେରା, ପଦ୍ମିନୀ ନାଏକ, ସଂଗ୍ରାମ କେଶରୀ କୁଅଁର, ସୁବାସ ସାହୁ, ରଞ୍ଜନ ସାହୁ, ପ୍ରତାପ ପ୍ରଧାନ, ବନବିହାରୀ ପ୍ରଧାନ, ଅବିନାଶ ଦଳବେହେରା, ଅରୁଣ ଦାସ ପ୍ରମୁଖ ବହୁ କଂଗ୍ରେସ ନେତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *