
ଅନୁଗୋଳ (୩୦/୦୩/୨୦୨୬) : ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ରେ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇଣ୍ଟିଗ୍ରେଟେଡ ପବ୍ଲିକ ହେଲଥ ଲାବୋରେଟୋରୀ (IPHL)ର ଶୁଭ ଉଦଘାଟନ କରିଥିଲେ। ଏହି ଲ୍ୟାବ ଜିଲ୍ଲାର ସାର୍ବଜନୀନ ସ୍ୱାସ୍ଥ୍ୟସେବାରେ ବିଶେଷ ଭାବରେ ସହଯୋଗ କରିବ ଏବଂ ରୋଗର ସଠିକ୍ ନିଦାନରେ ସହାୟକ ହେବ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ମଦନ ମୋହନ ପ୍ରଧାନ, ମେଡିକାଲ ସୁପରିଟେଣ୍ଡେଣ୍ଟ ଶ୍ରୀମତୀ ତରଙ୍ଗିଣୀ ଦାସ, PMPMCHର ଡିନ୍ ଓ ପ୍ରିନ୍ସିପାଲ୍ ଡ. କୀର୍ତ୍ତିରେଖା ମହାନ୍ତି, DMO ଡ. ଦିଲ୍ଲୀପ କୁମାର ପଟ୍ଟନାୟକ, DPHO ଡ. ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ପ୍ରୋଗ୍ରାମ୍ ମ୍ୟାନେଜର୍ ଶ୍ରୀମତୀ ସୌମ୍ୟାରାଣୀ ଗୌଡ଼, ଜିଲ୍ଲା ମାଇକ୍ରୋବାୟୋଲଜିଷ୍ଟ ଶ୍ରୀ ଅର୍ଧେନ୍ଦୁ ଭୂଷଣ ପ୍ରହରାଜଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ଓ PATH–CHRI ଟିମ୍ ସଦସ୍ୟମାନେ ଉପସ୍ଥିତ ଥିଲେ।
