ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଦ୍ୱାରା ଆୟୋଜିତ ପ୍ରାଦେଶିକ ମେଧା ପରୀକ୍ଷା ଏବଂ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି।ଏହି ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବଅଁରପାଳର ପଞ୍ଚମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ପ୍ରିୟଂଶି ଚିନ୍ନରା ସମଗ୍ର ଓଡ଼ିଶାରେ ନବମ ସ୍ଥାନ ଅଧିକାର କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି।ଏହାସହ ସେ ପୂର୍ବରୁ ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଥିବାରୁ ତାଙ୍କର ସଫଳତା ଅଧିକ ଗୌରବଜନକ ହୋଇଛି।ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା, ପ୍ରଧାନ ଆଚାର୍ଯ୍ୟ ଓ ସମସ୍ତ ଗୁରୁଜୀ-ଗୁରୁମା ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
