• Mon. Jun 1st, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବଅଁରପାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ବ୍ୟବହାରକୁ ନେଇ ଅଭିଯୋଗ ।

Bymamatanews

May 6, 2026
Spread the love

ସାମ୍ବାଦିକ ସଂଘ ସଦସ୍ୟ ଅଭିଯୋଗ ନେଇ ପହଁଞ୍ଚିଲେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଅଧିକାରୀ ନିକଟରେ

ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଛି ଡାକ୍ତରଙ୍କ ମନମାନି କାର୍ଯ୍ୟକଳାପ ଓ ବ୍ୟବହାରକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁସାରେ ଜଣେ ଗଣମାଧ୍ୟମ ପ୍ରତିନିଧି ସଞ୍ଜୟ କୁମାର ବିଶୋଇ ଉଚ୍ଚ ରକ୍ତ ଚାପ ରୋଗୀ ହୋଇଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ବାସ୍ଥ୍ୟ ଦେଖାଇବା ପାଇଁ ଯାଇଥିବା ବେଳେ ତାଙ୍କୁ ଇଶ୍ୱର ସଦୃଶ୍ୟ ଡାକ୍ତରଙ୍କ ଦ୍ଵାରା ଅପମାନିତ କରାଯିବା ସହ ଗାଳିଗୁଲଜ କରି ତଡ଼ି ଦିଆଯାଇଥିବା ଭଳି ଅଭିଯୋଗ ଆସିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି ଯେ, ଯଦି ଗଣମାଧ୍ୟମ ପ୍ରତିନିଧିମାନେ ଏପରି ବ୍ୟବହାରର ସମ୍ମୁଖୀନ ହେଉଛନ୍ତି, ତେବେ ସାଧାରଣ ରୋଗୀ ଓ ଲୋକମାନେ କିପରି ସେବା ପାଉଥିବେ। ଏ ସମ୍ପର୍କ ରେ ବଅଁରପାଳ ବ୍ଲକ୍ ସାମ୍ବାଦିକ ସଂଘ ସଦସ୍ୟ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସିଡିଏମଓ ମଦନ ମୋହନ ପ୍ରଧାନଙ୍କ ନିକଟ ରେ ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ବିଷୟ ରେ ତଦନ୍ତ କରି ନିଶ୍ଚିତ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଡାକ୍ତର ର ସ୍ୱାଭାବ ଓ ରୋଗୀ ସେବାରେ କିପରି ରହିବା ଦରକାର ବିଭିନ୍ନ ସମସ୍ୟାରେ ରାଜ୍ୟରେ ଚଳଚ୍ଚିତ୍ର ପଦର୍ଶନ କରି ରାଜ୍ୟର ଡାକ୍ତର ମହୋଦୟ ଗର୍ବଗୌରବ ସାଉଁଟିଥିବା ବେଳେ ଏପରି ବ୍ୟବହାର କୁ ନେଇ ଅଞ୍ଚଳବାସୀ ନିନ୍ଦା କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!