• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

Bymamatanews

Jan 7, 2026
Spread the love

ଅନୁଗୋଳ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ଦ୍ବାରା ତାଳଚେର ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଯୁବକଯୁବତୀ ମାନଙ୍କୁ ଦକ୍ଷିତା ବିକାଶ ଏବଂ ଉଦୀୟମାନ କ୍ୟାରିୟର ସମ୍ଭାବନାକୁ ହାସଲ କରିବାକୁ ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ଶ୍ରୀମତୀ ବବିତା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର,, ତାଳଚେର ଉପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନା ,ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଦେବାଶିଷ ସାହୁ, ତାଳଚେର ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ସୁବ୍ରତ କୁମାର ଦାସ, ତାଳଚେର ସରକାରୀ ଆଇଟିଆଇର ଅଧ୍ଯକ୍ଷ ଶ୍ରୀ ଜଗଜୀବନ ମହାରଣା, ତାଳଚେର ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସମୀର ମହାପାତ୍ର ଏବଂ ଅନୁଗୋଳ ସରକାରୀ ବୈଷୟିକ ଅନୁଷ୍ଠାନର ଅଧ୍ୟାପିକା ଶ୍ରୀମତୀ ଶୁଭାଙ୍ଗୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ନିଯୁକ୍ତି ମେଳା ଳାରେ ବିଭିନ୍ନ କ୍ଷେତ୍ରର ୩୪ ଜଣ ନିଯୁକ୍ତି ଦାତା ଏବଂ ୧୭ଟି ପ୍ରକଳ୍ପ କାର୍ଯ୍ୟାନ୍ଵୟନ ଏଜେନ୍ସି (ପିଆଇଏ) ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧,୨୮୯ ଜଣ ପ୍ରାର୍ଥୀ
ଅଂଶଗ୍ରହଣ କରି ଥିଲେ । ଟାଟା ଷ୍ଟିଲ ମେରାମୁଣ୍ଡଳି ତଥା ଟାଟା ଇଲେକ୍ଟ୍ରୋନିକ, ତାମିଲନାଡ଼ୁ ଠାରେ କାର୍ଯ୍ୟ କରିବା ନିମନ୍ତେ ମନୋନୀତ ହୋଇଥିବା ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରଯାଇଥିଲା । ଶେଷରେ ଦକ୍ଷତା ବିକାଶ ସଂଯୋଜକ ଶ୍ରୀ ବିଶ୍ଵଜିତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *