
ତାହା ପୁଣି ଅନୁଗୋଳ ଜିଲ୍ଲାର ବେନ୍ତପୁର ପ୍ରାଥମିକ କୃଷି ସମବାୟ ସମିତିରେ ପ୍ରଥମେ ଉଦ୍ଘାଟନ ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ କରିଛନ୍ତି। ଗତ ବର୍ଷ ୫୬୫ ଜଣ ପଞ୍ଜକୃତ କରିଥିବା ବେଳେ ଚଳିତ ବର୍ଷ ୬୨୦ ଚାଷୀ ପଞ୍ଜୀକୃତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲାପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ,ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ସଭପତି ସନ୍ତୋଷ କୁମାର ପ୍ରଧାନ, ଢେଙ୍କାନାଳ ଏବଂ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି, ଉପଜିଲ୍ଲାପାଳ, ଓ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେଇଥିଲେ।ଚଳିତ ୨୦୨୫-୨୬ ବର୍ଷ ଅନୁଗୋଳ ଜିଲ୍ଲାରେ ୪୯ ହଜାର ୬୦ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି।

ଜିଲ୍ଲାରେ ୯୫ ପ୍ୟାକ୍ସ ଓ ୪ ସ୍ବୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରିବେ ବୋଲି ଜଣା ପଡିଛି। ଖରିଫ ଧାନ କ୍ରୟ ପାଇଁ ଜିଲ୍ଲାକୁ ୮୯,୨୦୦ ମେଟ୍ରିକ୍ ଟନ୍ ଟାର୍ଗେଟ ଦିଆ ଦିଆ ଯାଇଥିବା ବେଳେ ଚଳିତ ବର୍ଷ ଖରିଫ୍ ଧାନ ଚାଷ ୯୦ ହଜାର ୧୫୭ ହେକ୍ଟର ଜମିରେ ଧାନଚାଷ କରାଯାଇଛି।
