• Fri. Apr 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପ୍ରଶାସନ ର ଅବହେଳାରୁ ୯୨ ବର୍ଷୀୟ ମହିଳା ବର୍ଦ୍ଧିତ ୩୫୦୦ ଟଙ୍କା ଭତ୍ତା ପାଇବାରେ ବଞ୍ଚିତ

Bymamatanews

Apr 24, 2026
Spread the love

ଗ୍ରାମକୁ ବିଧାୟକ ଅଖିମୁଠି କାର୍ଯ୍ୟକ୍ରମ କୁ ନେଇ ଗସ୍ତ ସମୟରେ ବୃଦ୍ଧା ମହିଳା କଲେ ଅଭିଯୋଗ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନିକଟସ୍ତ ତୁଳସୀପାଳ ଗ୍ରାମ ପଞ୍ଚାୟତ କଙ୍କିନାଳୀ ଗ୍ରାମରୁ ଜଣେ ବୃଦ୍ଧ ମହିଳା ପ୍ରଶାସନ ର ଅବହେଳାରୁ ସରକାର ଙ୍କ ବର୍ଦ୍ଧିତ ୩୫୦୦ ଟଙ୍କା ଭତ୍ତା ଯୋଜନା ପାଇବାରେ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ରାଜ୍ୟରେ ବିଜେଡି ସରକାର ର ପତନ ପରେ ବିଜେପି ସରକାର ଆସି ରାଜ୍ୟବାସୀଙ୍କୁ ବର୍ଦ୍ଧିତ ଭତ୍ତା ପାଇବାକୁ ହେଲେ ଏକ ଗାଇଡ ଲାଇନ ପ୍ରସ୍ତୁତ କରିଥିଲେ। କିନ୍ତୁ ଏହି ଗାଇଡ୍ ଲାଇନ ପାଇଁ ୮୦ ବର୍ଷର ବୟସ ସୀମା ନିର୍ଦ୍ଧାରିତ କରୀଛନ୍ତି। ହେଲେ କଙ୍କିନାଳୀ ଗ୍ରାମର ବାଇଗେଣୀ ଭୋଇ ୯୨ ବର୍ଷରେ ହୋଇଥିଲେ. ମଧ୍ଯ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଯେଉଁ ଭତ୍ତା ପାଉଛନ୍ତି ସେତିକ ପାଇବାକୁ ହେଲେ ପଞ୍ଚାୟତ କାର୍ଯ୍ୟାଳୟ ୨୦୦ ଗାଡି ଭଢା ଖାଉଛି । ବର୍ଦ୍ଧିତ ଭତ୍ତା କୁ ନେଇ ବିଜେପି ସରକାର ଡିଣ୍ଡିମ ପିଟୁଥିବା ବେଳେ ପ୍ରଶାସନ ଜନସାଧାରଣ ଙ୍କୁ କରୁଛି ଅବହେଳା। ଗ୍ରାମକୁ ବିଧାୟକ ଆସିଥିବା ବେଳେ ବୃଦ୍ଧ ମହିଳା ଭତ୍ତା ନେଇ ଅଭିଯୋଗ କରିବାରୁ ବିଧାୟକ ମହୋଦୟ ଯଥାଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଭତ୍ତା ପାଇବାର ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *