ଅନୁଗୋଳ ଜିଲ୍ଲା ସାତକୋଶିଆର ଅଭୟାରଣ୍ୟ ଭିତରେ ଜନ୍ତୁ ଶିକାର କରିବା ପାଇଁ ଯୋଜନା କରିବା ଚଢାଉ କରି ଜଣଙ୍କୁ ଗିରଫ କରିଛି ବନ ବିଭାଗ। ମିଳିଥିବା ଖବର ଅନୁସାରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ପୁରୁଣାକୋଟ ବନାଞ୍ଚଳ ଅଧିକାରୀ ଗୌତ୍ତମ ପ୍ରଧାନ ଓ ଅନ୍ୟ କର୍ମଚାରୀ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ।ଏହି ଚଢାଉ ବେଳେ ଦୁଇ ଜନ୍ତୁ ଶିକାର କରିବା ପାଇଁ ଯୋଜନା କରିବା କରୁଥିବା ଜଣା ପଡ଼ିଥିଲା। ଯାହା ଫଳରେ ବନ ବିଭାଗକୁ ଦେଖି ଜଣେ ବ୍ୟକ୍ତି ବନ୍ଧୁକ ଛାଡି ଦୌଡି ପଳାଇ ଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଉକ୍ତ ବ୍ୟକ୍ତିଙ୍କ ନାମ ରଞ୍ଜିତ୍ ପ୍ରଧାନ ଘର ପୁରୁଣାକୋଟ ଥାନା ଅନ୍ତର୍ଗତ ଗଞ୍ଜଡା ବୋଲି ସୂଚନା ମିଳିଛି। ସେହିପରି ବନ ବିଭାଗ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇଟି ଦେଶୀ ବନ୍ଧୁକ, ଗନ୍ ପାଉଡର, ସହିତ ଅନ୍ୟାନ୍ୟ ସାମଗ୍ରୀ ଓ ଗୋଟିଏ ବାଇକ୍ ଜବତ କରିଛି। ଗିରଫ ବ୍ଯକ୍ତିଙ୍କ ଘର ମଧ୍ୟ ଗଞ୍ଜଡା ହୋଇଥିବା ବନାଞ୍ଚଳ ଅଧିକାରୀ ଗୌତ୍ତମ ପ୍ରଧାନ ସୂଚନା ଦେଇଛନ୍ତି।
