• Sun. Aug 23rd, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଷଷ୍ଠ ବ୍ୟାଚ୍‌ ଏ.ଏସ.ଓ ତାଲିମପ୍ରାପ୍ତ ଅଧିକାରୀଙ୍କ ଦୁଇଦିନିଆ ଅନୁଗୋଳ କ୍ଷେତ୍ର ପରିଦର୍ଶନ

Bymamatanews

Aug 6, 2026
Spread the love

ଅନୁଗୋଳ (୦୬/୦୮/୨୦୨୬) : ୨୦୨୧ ମସିହାର ଷଷ୍ଠ ବ୍ୟାଚ୍‌ର ୪୦ ଜଣ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ତାଲିମପ୍ରାପ୍ତ ଅଧିକାରୀଙ୍କର ଅନୁଗୋଳ ଜିଲ୍ଲାରେ ଦୁଇଦିନିଆ କ୍ଷେତ୍ର ପରିଦର୍ଶନ (Exposure Visit) ସଫଳତାର ସହ ସମ୍ପନ୍ନ ହୋଇଯାଇଛି।

ଏହି ଦୁଇଦିନିଆ ପରିଦର୍ଶନର ପ୍ରଥମ ଦିନରେ ତାଲିମପ୍ରାପ୍ତ ଅଫିସରମାନେ ଅନୁଗୋଳସ୍ଥିତ ନାଲ୍‌କୋ (NALCO) ପାୱାର ପ୍ଲାଣ୍ଟ ପରିଦର୍ଶନ କରିବା ସହ ଏହାର କାର୍ଯ୍ୟଶୈଳୀ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସନ୍ଧ୍ୟାରେ ସେମାନେ ତାଳଚେରସ୍ଥିତ ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ପୀଠ ପରିଦର୍ଶନ କରି ଦେବୀ ଦର୍ଶନ କରିଥିଲେ। ପରିଦର୍ଶନର ଦ୍ୱିତୀୟ ଦିନରେ ଅଧିକାରୀମାନେ ଶୈଳଶ୍ରୀକ୍ଷେତ୍ର ପରିଭ୍ରମଣ କରିବା ସହ ଅନୁଗୋଳର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।

ଏହାପରେ ସେମାନେ ଟିକରପଡ଼ାସ୍ଥିତ ସାତକୋଶିଆ ଗଣ୍ଡ ଗସ୍ତ କରି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ। ଅପରାହ୍ନରେ ଅନୁଗୋଳ ପଞ୍ଚାୟତ ସମିତି ସଭାଗୃହଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ବିଶ୍ୱ ଭୂଷଣ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ଯୁଗ୍ମ ସଚିବ ଶ୍ରୀ ତରୁଣ କୁମାର ବିଶ୍ୱାଳ ଓ ଡେପୁଟୀ ସେକ୍ରେଟାରୀ ଶ୍ରୀ ରବି ନାରାୟଣ ବାରିକ ତାଲିମପ୍ରାପ୍ତ ଅଧିକାରୀମାନଙ୍କ ସହ ଏହି ଗସ୍ତରେ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର ଶ୍ରୀ ଜୟଜିତ୍‌ ଧଳ ଏବଂ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ସୁକାନ୍ତ କୁମାର ସାହୁ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!