• Sun. Aug 30th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜାତୀୟ କ୍ରୀଡ଼ା ଦିବସ କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ସାଇକେଲ ଶୋଭାଯାତ୍ରା ଆୟୋଜିତ

Bymamatanews

Aug 30, 2026
Spread the love


ଅନୁଗୋଳ : ଜାତୀୟ କ୍ରୀଡ଼ା ଦିବସ ସମାରୋହର ଉଦଯାପନୀ ଦିବସରେ ଜିଲ୍ଲା ପ୍ରଶାସନ ତରଫରୁ ଆଜି ପୂର୍ବାହ୍ନରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସୁସ୍ଥ ସମାଜ ଗଠନ ପାଇଁ କ୍ରୀଡାବିତମାନଙ୍କୁ ବ୍ରତୀ ହେବାକୁ ମାନ୍ୟବର ବିଧାୟକ କହିଛନ୍ତି।

ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜୀବ ଲୋଚନ ପଣ୍ଡା, ରିଜର୍ଭ ଇନ୍ସପେକ୍ଟର ଶ୍ରୀ ଗୋବିନ୍ଦ ମାରାଣ୍ଡି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯୁବ ସମାଜକୁ କ୍ରୀଡା ପ୍ରତି ଆକୃଷ୍ଟ କରିବାର ବାର୍ତ୍ତା ନେଇ ଆୟୋଜିତ ଏହି ସାଇକେଲ ରାଲି ତଥା ୱାକାଥନ୍ ରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ, ସ୍ୱେଚ୍ଛାସେବୀ, କ୍ରୀଡାବିତ୍ ଓ ସାମରିକ ବାହିନୀର ପ୍ରଶିକ୍ଷାର୍ଥୀମାନେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ସଂସଦର ବରିଷ୍ଠ ସଦସ୍ୟ ଶ୍ରୀ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ୱୁଶୁ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ତଥା ଅନ୍ତର୍ଜାତୀୟ ଜଜ୍ ଶ୍ରୀ ସୁଶାନ୍ତ ନାଏକ, ଶ୍ରୀ ବାବୁଲ ପ୍ରସାଦ ମହାନ୍ତି, ବ୍ୟାଡମିଣ୍ଟନ୍ କୋଚ୍ ଶ୍ରୀ ବିଶ୍ୱଜିତ୍ ଦାସ, ଶ୍ରୀ ଅରୁଣ ନାଏକ, ଶ୍ରୀ ବିନୋଦ ନାଏକ, ଅନ୍ତର୍ଜାତୀୟ ୱୁଶୁ ଖେଳାଳି ଶ୍ରୀ ବାବୁଲ ମୁଣ୍ଡା, ଶ୍ରୀ ଚିତ୍ତରଞ୍ଜନ ମହନ୍ତ ଓ ଶ୍ରୀ ଦୋଳଗୋବିନ୍ଦ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ‘ମେରା ଯୁବା ଭାରତ’ର ଅତିରିକ୍ତ ଜିଲ୍ଲା ସଂଯୋଜକ ଶ୍ରୀ ତପନ କୁମାର ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!