ଭୋଜି ଖାଇ ଫେରିଲା ବେଳେ ଓଲଟି ପଡିଲା ବୋଲେର, ୪ ଗୁରୁତର, ୭ ଆହତ
Anchor – ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୪ଜଣ ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଯେ, ତାଳବାହାଳୀ ଗ୍ରାମର ଯୁବତୀଙ୍କ ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ଗ୍ରାମର ହିଞ୍ଜାଗୁଳା ଗ୍ରାମରେ ବିବାହ ହୋଇଥିଲା। ଝିଅ ଘର ତରଫରୁ ଏକ ବୋଲେରରେ ୮ ଜଣ ମହିଳା ଓ ୭ଜଣ ଛୋଟ ପିଲା ଭୋଜି ଖାଇବାକୁ ଯାଇଥିଲେ। ଭୋଜି ଖାଇ ଫେରୁଥିବା ବେଳେ ଟାଇଁସି ନିକଟରେ ବୋଲେରୋ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଗାଡ଼ିରେ ଥିବା ସାଗରୀ ନାୟକ (୮), ସଲିନି ନାୟକ (୬), ମଞ୍ଜୁଲତା ନାୟକ (୩୫), ଗାଡ଼ି ଚାଳକ ପ୍ରଦୀପ ନାୟକ ଗୁରୁତର ହୋଇଥିଲେ । ସରସ୍ବତୀ ନାୟକ, ମାମି ଗଡ଼ନାୟକ, ରିତେଶ ନାୟକ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

