• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର।

ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ ଗାଁ ତାଳ ସାହିର ଜଣେ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ । ମୃତକ ମହିଳା ଜଣଙ୍କ ହେଲେ ତଳଗଡ଼ ଗ୍ରାମର ତାଳ ସାହିର ସୁରେନ ନାଏକ ଙ୍କ ସ୍ତ୍ରୀ ସୁପ୍ରିୟା ନାଏକ ।

ମୃତ ମହିଳା ଜଣଙ୍କ ପ୍ରାୟ ଦେଢ଼ ମାସ ହେବ ନିଖୋଜ ଥିବା ନେଇ ବନ୍ତଳା ଥାନାରେ ୨୬/୦୧/୨୦୨୬ ତାରିଖରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଘଟଣାର ତଦନ୍ତ ଚଳାଇଥିଲା। ଆଜି ଗ୍ରାମର କିଛି ଲୋକ ଗାଁ ଠାରୁ ପ୍ରାୟ ପାଞ୍ଚ ଶହ ମିଟର ଦୂର ଜଙ୍ଗଲ କୁ କାଠ ସଂଗ୍ରହ ପାଇଁ ଯାଇଥିଲେ। ସେହି ସମୟରେ ଦେଖିଲେ ଯେ, ଜଣେ ମହିଳା ଙ୍କ ପଚ଼ାଷଢ଼ା ମୃତ ଦେହ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ରହିଛି ।

ଯାହା ଫଳରେ ଲୋକ ମାନେ ସୁରେନ ଙ୍କ ପରିବାର କୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମୃତ ମହିଳାଙ୍କ ସ୍ବାମୀ କହିବା ଅନୁଯାୟୀ କିଛି ଦିନ ପୂର୍ବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯାହା ଫଳରେ ମହିଳା ଜଣଙ୍କ ରାଗି କି ଜଙ୍ଗଲ ଆଡେ ପଳାଇ ଯାଇଥିଲେ। କିନ୍ତୁ ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ। ଏ ନେଇ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯାହା ଫଳରେ ଆଜି ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି। ଏ ନେଇ ବନ୍ତଳା ପୋଲିସ ତଦନ୍ତ ଆରମ୍ବ କରିଛି।

Leave a Reply

Your email address will not be published. Required fields are marked *