• Sun. Jul 19th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଭିଯୋଗ ପରେ ଥାନାରେ ଅଟକ ଜଗନ୍ନାଥ ଙ୍କୁ ସାକ୍ଷୀ ରଖି କେତେଯେ ସ୍ଵପ୍ନ ଦେଖିଥିବା ସ୍ଵାମୀ

Bymamatanews

Jul 19, 2026
Spread the love

ନିର୍ଯ୍ୟତନା ଓ ସ୍ଵାମୀର ଦ୍ବିତୀୟ ବିବାହ କୁ ନେଇ ଥାନାରେ ଅଭିଯୋଗ ଆଣିଲେ ସ୍ତ୍ରୀ

୫ ବର୍ଷର ଝିଅ କୁ ନେଇ ଥାନା ବାରଣ୍ଡାରେ ନେହୁରୀ ନେହୁରୀ କାନ୍ଦୁଚି ମା

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ତ ନୂଆହତା ଗ୍ରାମରେ ଭଡା ରେ ରହୁଥିବା ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ନାମରେ ଦ୍ୱିତୀୟ ସ୍ତ୍ରୀ ରଖିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁସାରେ ଅଭିଯୋଗକାରିଣୀ ଜଣଙ୍କ ହେଲେ କଣ୍ଟାବଣିଆ ଥାନା ନିକଟ ଶିବପୁର ଗ୍ରାମ ବର୍ଷା ସିଂହ। ଅଭିଯୋଗ କାରିଣୀଙ୍କ କହିବା ମୁତାବକ ଜୁନ ମାସ ୨୮ ତାରିଖ ସକାଳ ୯ ଘଟିକା ସମୟରେ ସ୍ଵାମୀ ବିଭୁନା ପ୍ରଧାନ କାରଖାନାକୁ ଡ୍ୟୁଟି ଯାଉଚି କହି ଯାଇଥିଲେ। କିନ୍ତୁ ସନ୍ଧ୍ଯା ହୋଇ ଯାଇଥିଲେ ମଧ୍ୟ ଘରକୁ ଫେରି ନଥିଲେ। ବର୍ଷା ସ୍ୱାମୀଙ୍କୁ ସାଙ୍ଗସାଥି ଓ ବନ୍ଧୁବାନ୍ଧବ ଙ୍କ ଘରେ ଖୋଜାଖୋଜି କରି ନପାରିବାରୁ ଶେଷରେ ନିରୁପାୟ ହୋଇ ଥାନାରେ ନିଖୋଜ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ।

ଗତ କାଲି ରାତି ପ୍ରାୟ ୧୧ ଘଟିକା ସମୟରେ ସ୍ଵାମୀ ବିଭୁନା ଘରକୁ ଆସି ଖାଇ ପିଇ ଶୋଇଗଲେ । ମହିଳା ଜଣଙ୍କ ପୂର୍ବଦିନ ରାତିରେ instagram ରେ ଦେଖିଲେ କି ତାଙ୍କ ସ୍ବାମୀ ଆଉ ଜଣେ ଝିଅକୁ ଦ୍ବିତୀୟ ବିବାହ କରିଛନ୍ତି। ଏନେଇ ଆଜି ସକାଳ ସମୟରେ ସ୍ୱାମୀଙ୍କୁ ଘର ଭିତରେ ତାଲା ପକାଇ ଦେଇ ଥାନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ । ପରେ ପୁଲିସ ମହିଳାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ମହିଳା ଜଣଙ୍କ ନଅ ବର୍ଷ ହେଲା ଭଲ ପାଇ ଅନୁଗୋଳ ଜଗନ୍ନାଥ ମନ୍ଦିରରେ ବିବାହ କରିଥିଲେ। ତାଙ୍କର ୫ ବର୍ଷର ଗୋଟିଏ ଝିଅ ଅଛି। ମହିଳା ଜଣଙ୍କ କିପରି ଭାବରେ ଚଳି ପାରିବେ ସେ ନେଇ ଥାନାରେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!