• Thu. Oct 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମହିଳା ଙ୍କୁ ମରଣାନ୍ତକ ଆକ୍ରମଣ : ଦୁଇ କୋର୍ଟଚାଲଣ

Bymamatanews

Oct 13, 2026
Spread the love

ପାଣି ଭାଗକୁ କୁ ନେଇ ମହିଳା ଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ତୁଳସୀପାଳ ଗାଁ ରାଜୀବପୁର ସାହି ରେ ପାଣି ଭାଗକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଜଣ ଙ୍କ ହେଲେ ତୁଳସୀପାଳ ଗାଁ ରାଜୀବପୁର ସାହିର ମଙ୍ଗୁଳୁ ସାମଲ ଙ୍କ ସ୍ତ୍ରୀ ସୁଫଳା ସାମଲ । ସୂଚନା ଯେ, ସୁଫଳା ଙ୍କ ଘର ସମ୍ମୁଖରେ ସରକାରୀ ପାଣି ଟ୍ୟାପ ରହିଛି। ଏହି ପାଣି ଟ୍ୟାପ ପାଇଁ ସୁଫଳା ଙ୍କ ପୋଡ଼ିଶା ଲୋକ ସବୁ ଦିନ ଝଗଡ଼ା କରନ୍ତି। ଆଜି ବି ମଧ୍ୟ ସକାଳ ପ୍ରାୟ ୭ ଘଟିକା ସମୟରେ ଝଗଡ଼ା ହୋଇଥିଲା । ସୁଫଳା ଓ ତାଙ୍କ ସ୍ଵାମୀ ଘରେ ଏକ ଥିବା ଦେଖି ପୋଡ଼ିଶା ଘର ର ସ୍ୱାମୀ ସ୍ତ୍ରୀ ଓ କିଛି ଯୁବକ ସନ୍ଧ୍ୟା ସମୟରେ କବାଟ ଦେଇ ମାଡ ମାରିଥିଲେ। ସୁଫଳା ଙ୍କ ଚିତ୍କାର ଶୁଣି ଘର ଲୋକ ଏବଂ ଗାଁ ଲୋକ ୧୧୨ ଯୋଗେ ପୋଲିସ କୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ପୋଲିସ ଆସି ସୁଫଳା ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ସୁଫଳାଙ୍କ ମୁଣ୍ଡ ଏବଂ ଶାରୀର ରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସିତ ହେଉଥିବା ଜଣା ପଡିଛି। ଥାନା ଅଧିକାରୀ ଅୟସକାନ୍ତ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ସବ୍ଇନ୍ସପେକ୍ଟର କମଲାକ୍ଷ ପ୍ରସାଦ ନାୟକ ମାମଲା ରୁଜୁ କରି ପୋଡ଼ିଶା ଘର ର ସ୍ଵାମୀ, ସ୍ତ୍ରୀ ଙ୍କୁ ଥାନା କୁ ଆଣି ତଦନ୍ତ କରି ଦୁଇ ଅଭିଯୁକ୍ତକୁ କୋର୍ଟଚାଲଣ କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!