• Thu. Oct 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

Bymamatanews

Oct 14, 2026
Spread the love


ଜାତୀୟ ରାଜପଥରେ ଅଧିକ ସଂଖ୍ୟକ ବ୍ଲିଙ୍କର ଲାଇଟ୍ ବ୍ୟବସ୍ଥା ସହ ଗାଈଗୋରୁଙ୍କୁ ନିୟନ୍ ରିଫ୍ଲେକ୍ଟର ବେଲ୍ଟ ଲଗାଇବା ଉପରେ ବିଶେଷ ଗୁରୁତ୍ୱ

ଅନୁଗୋଳ (୧୪/୧୦/୨୦୨୬) : ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସେପ୍ଟେମ୍ବର ମାସରେ ହୋଇଥିବା ଦୁର୍ଘଟଣା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ପରିବହନ ବିଭାଗ ଦ୍ୱାରା କମିଟି ସଭ୍ୟଙ୍କୁ ଅବଗତ କରାଯାଇଥିଲା।

ପରିବହନ ବିଭାଗ ସୂଚନା ଅନୁଯାୟୀ ଗତ ସେପ୍ଟେମ୍ବର ମାସରେ ଜିଲ୍ଲାରେ ମୋଟ ୩୩ଟି ଦୁର୍ଘଟଣା ଘଟିଥିବାବେଳେ ୧୨ଜଣଙ୍କର ମୃତ୍ୟୁ ଘଟିଛି ଓ ୨୧ଜଣ ଆହତ ହୋଇଛନ୍ତି ।

ଗତ ମାସରେ ପରିବହନ ବିଭାଗ ଦ୍ୱାରା ହୋଇଥିବା ଯାଞ୍ଚ ସମୟରେ ବିନା ହେଲମେଟରେ ଗାଡି ଚାଲଣ ଯୋଗୁଁ ୯୨୦ଜଣ, ଦ୍ରୁତ ଗାଡି ଚାଳନ କରିବା ଯୋଗୁଁ ୮୨୩ଜଣ , ମଦ୍ୟପାନ କରି ଗାଡି ଚାଳନା ନିମନ୍ତେ ୩୩ ଜଣ, ଅତ୍ୟଧିକ ମାଲ ପରିବହନ ନିମନ୍ତେ ୬୬ ଜଣଙ୍କଠାରୁ ଜୋରିମାନା ଆଦାୟ କରାଯାଇଥିବାବେଳେ ୫୭୮ ଜଣଙ୍କର ଲାଇସେନ୍ସ ରଦ୍ଦ କରାଯାଇଥିଲା ।

ବୈଠକର ନିଷ୍ପତ୍ତି ଅନୁସାରେ, ଜାତୀୟ ରାଜପଥର ପାର୍ଶ୍ୱରେ ଥିବା ଢାବା ଗୁଡିକର ବେଆଇନ ପାର୍କିଂ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିଭଳି ଗାଈଗୋରୁଙ୍କୁ ନିୟନ୍ ରିଫ୍ଲେକ୍ଟର ବେଲ୍ଟ ଲଗାଇବା ଉପରେ ବିଶେଷ ଧ୍ୟାନ ଦିଆଯିବ। ଜାତୀୟ ରାଜପଥରେ ଅଧିକ ସଂଖ୍ୟକ ବ୍ଲିଙ୍କର ଲାଇଟ୍ ଲଗାଯିବା ନିମନ୍ତେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବୈଠକରେ ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ଆଶିଷ ରଞ୍ଜନ ସାହୁ, ତାଳଚେର ଉପଜିଲ୍ଲାପାଳ ଶ୍ରୀ ପ୍ରଜ୍ଞାନନ୍ଦନ ଗିରି , ଉପ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁକୁମାର ତ୍ରିପାଠୀ, ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ଦାସ, ବରିଷ୍ଠ ସାମ୍ବାଦିକ ଶ୍ରୀ ସଂଗ୍ରାମ ରଞ୍ଜନ ଦାସଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!