• Thu. Oct 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମହିଳାଙ୍କୁ ଦୁଷ୍କର୍ମ ପରେ ଅଶ୍ଳୀଳ ଫଟୋ ଦେଖାଇ ବ୍ଲାକମେଲ୍ ଥାନାରେ ଅଭିଯୋଗ

Bymamatanews

Oct 13, 2026
Spread the love

ଅଭିଯୁକ୍ତକୁ କୋର୍ଟଚାଲାଣ କଲା ପୋଲିସ

ଅଶ୍ଳୀଳ ଫଟୋ ଦେଖାଇ ଦୀର୍ଘ ୯ ମାସ ଧରି ବ୍ଲାକମେଲ୍ କରିବା ସହ ଘରେ ପଶି ଜଣେ ମହିଳାଙ୍କୁ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ। ଏଭଳି ଏକ ଗୁରୁତର ଅଭିଯୋଗ ବଅଁରପାଳ ଥାନାରେ ହୋଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ସୂଚନା ଅନୁଯାୟୀ, ବଅଁରପାଳ ଥାନା (ଗୁପ୍ତ) ଅଞ୍ଚଳର ଜଣେ ମହିଳାଙ୍କ ଗାଧୋଇବା ସମୟର କିଛି ଅଶ୍ଳୀଳ ଫଟୋ ରଖି ସେହି ଗ୍ରାମର ଚିକୁନ୍ ସାହୁ ଗତ ପ୍ରାୟ ୯ ମାସ ଧରି ତାଙ୍କ ସହିତ କଥା ହେବା ପାଇଁ ବାରମ୍ବାର ବ୍ଲାକମେଲ୍ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଗତ ମେ ୨ ତାରିଖ ମହିଳା ଜଣଙ୍କ ରାତିରେ ଘରର ସମସ୍ତ ସଦସ୍ୟ ଶୋଇଥିବା ସମୟରେ ଚିକୁନ ସାହୁ ମହିଳାଙ୍କ ଘରେ ପଶି ତାଙ୍କ ସହ ଜୋର ଜବରଦସ୍ତ ପାଟି ଓ ହାତ କୁ ବାନ୍ଧି ଦୁଷ୍କର୍ମ କରିଥିଲେ।

ଏହାପରେ ମହିଳା ଜଣକ ଚେତାଶୂନ୍ୟ ହୋଇଯିବାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କର ଆଉ କିଛି ରଙ୍ଗୀନ ଅଶ୍ଳୀଳ ଫଟୋ ଉଠାଇଥିବା ଅଭିଯୋଗରେ ଦର୍ଶାଯାଇଛି।
ପରେ ମହିଳାଙ୍କ ଚେତା ଫେରିବା ପରେ ଅଭିଯୁକ୍ତ ତାଙ୍କୁ ଉଠାଇଥିବା ଫଟୋ ଦେଖାଇ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ତାଙ୍କୁ ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା କୁହାଯାଇଛି। ଏହି ଧମକ ଯୋଗୁଁ ଭୟଭୀତ ହୋଇ ମହିଳା ଜଣକ ଦୀର୍ଘ ସମୟ ଧରି ଘଟଣା ସମ୍ପର୍କରେ କାହାକୁ କିଛି ଜଣାଇନଥିଲେ। ଏହି ନିର୍ଯାତନାରେ ଅତିଷ୍ଠ ହୋଇ ଶେଷରେ ମହିଳା ଜଣକ ବଅଁରପାଳ ଥାନାରେ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ପରେ ଥାନା ପକ୍ଷରୁ ମାମଲା ରୁଜୁ କରି ଅଭିଯୁକ୍ତ ଚିକୁନ୍ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ଅୟସକାନ୍ତ ଜେନା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!