• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଶ୍ରମିକ ବିରୋଧି ଶ୍ରମ ଆଇନି ପ୍ରତ୍ୟାହାର ଦାବି ରେ AITUC ତରଫରୁ ଜଗତସିଂପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ

Bymamatanews

Sep 23, 2024
Spread the love

ଜଗତସିଂପୁର (୨୩/୦୯/୨୦୨୪) କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଓ ସ୍ୱାଧୀନ ଫେଡେରେସନ ଆହ୍ୱାନ ରେ ଦେଶ ବ୍ୟାପି କଳା ଦିବସ ପାଳନ ଅବସରରେ AITUC ଜ଼ିଲ୍ଲା କମିଟି ତରଫରୁ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଛି |

ଏହି ଅବସରରେ ମା ଚର୍ଚ୍ଚିକା ମନ୍ଦିର ସମ୍ମୁଖ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବଜାର ପରିକ୍ରମା କରି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା | ବିଷ୍ନୁପ୍ରିୟା ସେଠି ଙ୍କ ସଭାପତିତ୍ୱ ରେ AITUC ନେତା ସୋମନାଥ ଗିରି, ବିନ୍ଦୁ ସାଗର ଓଝା, ଜ୍ୟୋତି ରଞ୍ଜନ ମିଶ୍ର, ଅଭୟ ମଲ୍ଲିକ, କବିତା ସେଠି, ଶଶୀରେଖା ଦାସ ପ୍ରମୁଖ କେନ୍ଦ୍ର ସରକାର ଙ୍କ ୪୪ଟି ଶ୍ରମ ଆଇନି କୁ ବାତିଲ କରି ୪ଟି ଶ୍ରମ କୋର୍ଡ କୁ ଲାଗୁ କରିବା ପ୍ରତିବାଦ ରେ ଜ଼ିଲ୍ଲାପାଳ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *