• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜ଼ିଲ୍ଲା ବିଦ୍ୟାଳୟ ସମୂହ କବାଡି ଓ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ

Bymamatanews

Sep 24, 2024
Spread the love

ଜଗତସିଂହପୁର ଜ଼ିଲ୍ଲା ବିଦ୍ୟାଳୟ ସମୂହ କବାଡି ଓ ଯୋଗ ପ୍ରତିଯୋଗିତା ରସଲପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଅନୁଷ୍ଠାନିକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ | ଜ଼ିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ଙ୍କ ସଭାପତିତ୍ୱ ରେ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା | ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ |ଏହା ପରେ ମଞ୍ଚାସିନ ସମସ୍ତ ଅତିଥି ବୃନ୍ଦ ଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ସହକାରୀ ଶିକ୍ଷକ ଶୁଭକାନ୍ତ ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ | ଜ଼ିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ | ସଂମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋଜ କୁମାର ମହାନ୍ତି, ପୁବର୍ତନ ପ୍ରଧାନ ଶିକ୍ଷକ ମୃତ୍ତିଞ୍ଜୟ ମିଶ୍ର | ଜ଼ିଲ୍ଲା ସ୍କାଉଟ ଗାଇଡି ତଥା ଜୁନିଅର ରେଡ କ୍ରସ ସମ୍ପାଦକ ତ୍ରିଲୋଚନ ସାହୁ ପ୍ରମୁଖ ଯୋଗଦେଇଥିଲେ | ଏହି ଉପଲକ୍ଷେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ ଓ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ପାରିବେଷିତ ହୋଇଥିଲା | ମୁଖ୍ୟ ଅତିଥି ବିଧାୟକ ଅମରେନ୍ଦ୍ର ଦାସ କ୍ରୀଡା ପତାକା ଉତ୍ତୋଳନ କରି ଜ଼ିଲ୍ଲା ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଆଠଟି ବ୍ଲକ ରୁ ତିନିଶହ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ | ଶେଷରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବିଦୁଲତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *