• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ୟୁକ୍ରେନର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Bymamatanews

Sep 24, 2024
Spread the love

ନ୍ୟୁୟର୍କରେ ‘ଭବିଷ୍ୟର ଶିଖର ସମ୍ମିଳନୀ’ଅବସରରେ ୨୩ ସେପ୍ଟେମ୍ବର ୨୦୨୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର ରାଷ୍ଟ୍ରପତି ଶ୍ରୀ ଭୋଲୋଡିମିର ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।

ଦୁଇ ନେତା ନିକଟରେ ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତ ବିଷୟରେ ମନେ ପକାଇଥିଲେ ଏବଂ ଦୀର୍ଘଦିନର ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ୟୁକ୍ରେନର ସ୍ଥିତି ଏବଂ ଶାନ୍ତି ଆଡକୁ ଅଗ୍ରସର ମଧ୍ୟ ଉଭୟଙ୍କ ଆଲୋଚନାରେ ଗୁରୁତ୍ୱ ପାଇଥିଲା ।

ସମସ୍ତ ଅଂଶୀଦାରଙ୍କ ମଧ୍ୟରେ କୂଟନୀତି ଓ ଆଲୋଚନା ମାଧ୍ୟମରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ସପକ୍ଷରେ ଭାରତର ସ୍ପଷ୍ଟ ଓ ଗଠନମୂଳକ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ବିବାଦର ସମାଧାନ ପାଇଁ ଭାରତ ତାହାର ପରିସରରେ ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ବାର୍ତ୍ତା ଦେଇଥିଲେ ।

ବିଗତ ତିନି ମାସ ମଧ୍ୟରେ ଏହା ଦୁଇ ନେତାଙ୍କ ମଧ୍ୟରେ ତୃତୀୟ ବୈଠକ । ନିୟମିତ ସମ୍ପର୍କରେ ରହିବାକୁ ଦୁଇ ନେତା ସହମତ ହୋଇଥିଲେ ।

Leave a Reply

Your email address will not be published. Required fields are marked *