• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଛେଳିଆପଡା ହତ୍ୟାକାଣ୍ଡ ମାମଲାରେ ୩ ଅଭିଯୁକ୍ତ ଗିରଫ,

Bymamatanews

Sep 24, 2024
Spread the love

୩ ଜଣଙ୍କ ମଧ୍ୟରୁ ଜଣେ ନାବାଳକ

ଦିନ ଦ୍ୱିପହରରେ ଜିଲ୍ଲାରେ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିବାରେ ପୋଲିସ କୁ ମିଳିଛି ବଡ଼ ସଫଳତା

ଅନୁଗୋଳ ସଦର ଥାନା ଛେଳିଆପଡ଼ାର ଭବାନୀ ଶଙ୍କର ଭଞ୍ଜ ଓରଫ ବୁବୁ ହତ୍ୟାକାଣ୍ଡ ଉପରୁ ପୋଲିସ ଆଜି ପରଦା ଉଠାଇଛି। ଗୋଟିଏ ପଟେ ସହରରେ ଗଣେଶ ଭଷାଣୀ ଚାଲିଥିବା ବେଳେ ଅନ୍ୟପଟେରେ ସହର ଉପକଣ୍ଠରେ ଗଳା କାଟି ହତ୍ୟା ଘଟଣା ପୋଲିସ ପାଇଁ ଚିନ୍ତା ବଢ଼ାଇଥିଲା। ତେବେ ଏହି ଘଟଣାରେ ପୋଲିସ ପରଦା ଉଠାଇବା ପାଇଁ ତଥା ଅଭିଯୁକ୍ତମାନଙ୍କୁ ଧରିବାକୁ ୩ଟି ଟିମ ଗଠନ କରିଥିଲେ । ଶେଷରେ ହତ୍ୟା ଭିଆଇଥିବା ୩ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ହତ୍ୟା ଘଟଣାରେ ଆହୁରି ୫ରୁ ଅଧିକ ବ୍ୟକ୍ତିଙ୍କ ସମ୍ପୃ୍ତି ଥିବା ପୁଲିସ ସୂଚନା ଦେଇଛି । ସୂଚନା ଯେ, ଗତ ୧୪ ତାରିଖ ଦିନ ସଦର ଥାନା ଛେଳିଆପଡ଼ା ବାଇପାସ୍‌ ନିକଟରେ ଦିନ ଦ୍ବିପହରରେ ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ଛେଳିଆପଡ଼ା ଗ୍ରାମର ଭବାନୀ ଶଙ୍କର ଭଞ୍ଜ ଓରଫ୍‌ ବୁବୁକୁ ସଂଘବଦ୍ଧ ଭାବରେ ଏକ୍ ଚାପଡ଼ାରେ ଗଳା କାଟି ହତ୍ୟା କରାଯାଇଥିଲା। ଏ ସମ୍ପର୍କରେ ମୃତ ବୁବୁଙ୍କ ଭାଇ ଶିବ ଶଙ୍କର ଭଞ୍ଜ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗତକାଲି ପୋଲିସ ୩ ଅଭିଯୁକ୍ତ ଖମାର ଗାଁର କାଠି ନାଏକ(୨୭) ଓରଫ୍‌ ଇମାନୁଏଲ୍‌, ୨୦ ବର୍ଷୀୟ ଯୁବକ ଲାଲକୃଷ୍ଣ ଆଡଭାନୀ ଓରଫ୍‌ ଲାଲୁ ଓ ଜଣେ ୧୬ ବର୍ଷିୟ ନାବାଳକ କୁ ଗିରଫ କରିଥିଲା। ସେମାନଙ୍କୁ ପୋଲିସ ପଚରାଉଚରା କରିବା ପରେ ସେମାନେ ହତ୍ୟା ଘଟଣାକୁ ପୋଲିସ ଆଗରେ ସ୍ବୀକାର କରିଥିଲେ। ଜାତୀୟ ରାଜପଥ ୫୫ ର ବାଇପାସ୍‌ ରାସ୍ତା ନିର୍ମାଣରେ ପଡ଼ୁଥିବା ପାଉଁଶରୁ ସ୍ଥାନୀୟ କେତେକ ଲୋକ ସ୍କ୍ରାପ୍‌ ସଂଗ୍ରହ କରି ହତ୍ୟା ଅଭିଯୁକ୍ତଙ୍କ ପାଖରେ ବିକ୍ରି କରୁଥିଲେ। ତେବେ ହତ୍ୟା ଅଭିଯୁକ୍ତଙ୍କ ସମତେ ବୁବୁ ମଧ୍ୟ ଲୋକଙ୍କ ଠାରୁ ସ୍କ୍ରାପ ନେଇ ବଅଁରପାଳରେ ଥିବା ଏକ କବାଡ଼ି ଦୋକାନୀଙ୍କୁ ବିକ୍ରି କରୁଥିଲେ। ସେପଟେ ସ୍କ୍ରାପ୍‌ ବିକ୍ରି ଦର ନେଇ କାଠି ଓ ବୁବୁଙ୍କ ମଧ୍ୟରେ ଶତ୍ରୁତା ଦେଖାଦେଇଥିଲା। ସେମାନଙ୍କର ପୂର୍ବରୁ ଶତ୍ରୁତା ରହିଥିବା ବେଳେ ସ୍କ୍ରାପ୍‌ ବିକ୍ରିକୁ ନେଇ ଶତ୍ରୁତା ଶେଷସୀମାରେ ପହଞ୍ଚିଥିଲା । ବୁବୁଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ କାଠିଙ୍କ ସହିତ ଅନ୍ୟ ଅଭିଯୁକ୍ତମାନେ ଯୋଜନା କରିଥିଲେ । ୧୪ ତାରିଖ ଦିନ ପ୍ରାୟ ୨ଟା ୩୦ ମିନିଟ ସମୟ ବେଳେ ହତ୍ୟାକରୀମାନେ ବ୍ୟବସାୟ ସମ୍ପର୍କୀତ ଆଲୋଚନା ପାଇଁ ବୁବୁଙ୍କୁ ଡାକି ଏକ ବୋଲେରୋ ଗାଡ଼ିରେ ‌ଛେଳିଆପଡ଼ା ବାଇପାସ୍‌ ରାସ୍ତାକୁ ନେଇ ଚାପଡ଼ାରେ ଗଳା କାଟି ହତ୍ୟା କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *