ପୁରୁଣା ପେନସନ ସ୍କିମ ଲାଗୁ କରିବା ଦାବି ରେ ଜିଲ୍ଲାପାଲାଙ୍କୁ ଦାବି ଜଣାଇଲେ କର୍ମଚାରୀ ସଂଘ। ସରକାର ନୂତନ ପେନସନ ସ୍କିମ ଲାଗୁ କରିବା ଫଳରେ ସରକାରଙ୍କ କର୍ମଚାରୀ ଶୋଷଣ ନୀତି ସ୍ପଷ୍ଟ ହୋଇଯାଇଛି। ସରକାରୀ କର୍ମଚାରୀଙ୍କ ପେନସନ ହକ୍ ବୋଲି କୁହାଯାଉଥିବା ବେଳେ ପେନସନକୁ ବନ୍ଦ କରିବା, କର୍ମଚାରୀଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଥିବା ବେଳେ ଅବସର ସମୟରେ କର୍ମଚାରୀମାନେ କେମିତି ଚଳିବେ ସଂଘ କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି। ଭାରତବର୍ଷର ବିଭିନ୍ନ ରାଜ୍ୟ ଯଥା ରାଜସ୍ଥାନ, ଛତିଶଗଡ, ଝାରଖଣ୍ଡ, ପଞ୍ଜାବ କର୍ମଚାରୀଙ୍କ ଆବେଗକୁ ବିଚାର କରି ନୂତନ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରଣା ପେନସନ ଯୋଜନା ଲାଗୁ କରିଛନ୍ତି। ସରକାରୀ କର୍ମଚାରୀ ସରକାରର ଗୋଟିଏ ଅଙ୍ଗ, ପେନସନ ସେମାନଙ୍କର ଅଧିକାର। ପୁରୁଣା ପେନସନରୁ ସେମାନଙ୍କୁ ବଞ୍ଚିତ କରି ନୂତନ ପେନସନ ଯୋଜନା ପ୍ରଚଳନ ସରକାରଙ୍କ ଏକ ଷଡଯନ୍ତ୍ର ଅଟେ ବୋଲି କହିଛନ୍ତି । ନୂତନ ପେନସନ ଯୋଜନାରେ ଅବସରପ୍ରାପ୍ତ କର୍ମଚାରୀ ନିଜର ଗଚ୍ଛିତ ଟଙ୍କା ଯୋଗୁଁ ମାତ୍ର ୬୦୦ ରୁ ୧୮୦୦ ଟଙ୍କା ପାଇବା କେତେ ଦୂର ଯୁକ୍ତିଯୁକ୍ତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୦୫ ପରେ ସରକାରୀ କର୍ମଚାରୀଙ୍କୁ ହତୋତ୍ସାହିତ କରିବା ସହିତ ସରକାର ପୁରୁଣା ପେନସନ ନ ଦେଲେ ଆନ୍ଦୋଳନକୁ ଜୋରଦାର ଓ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ||
